LIVE TV

ସୁନ୍ଦରଗଡ଼ ମେଡିକାଲ କଲେଜରେ ଖସିଲା ସିଲିଂ, କୋଠା ନିର୍ମାଣ ନିମ୍ନମାନର ଅଭିଯୋଗ

NEWS7
Sundergarh

ସୁନ୍ଦରଗଡ଼ ୨୫।୯: ସୁନ୍ଦରଗଡ଼ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଅଘଟଣ । ମେଡିକାଲ କଲେଜରେ ଖସିଲା ସିଲିଂ । କୋଠା ନିର୍ମାଣ ନିମ୍ନମାନର ଅଭିଯୋଗ । କେତେବେଳେ ରେଡ଼ିଓ ଓପିଡି ସେକ୍ସନରୁ ସିଲିଂ ଖସିପଡୁଛି ତ କେତେବେଳେ ରୋଗୀ ପଞ୍ଜିକରଣ କେନ୍ଦ୍ରରୁ ସିଲିଂ ଖସୁଛି । ବୁଧବାର ଏକ୍ସରେ ବିଭାଗ ବାହାରେ ରୋଗୀ ପ୍ରତୀକ୍ଷା ପାଇଁ ଥିବା ସ୍ଥାନର ଉପର ସିଲିଂ ହଠାତ୍ ଖସିପଡ଼ିଥିବା ବେଳେ ଗୁରୁବାର ରୋଗୀ ପଞ୍ଜିକରଣ କେନ୍ଦ୍ରରୁ ସିଲିଂ ଖସିପଡିବା ରୋଗୀଙ୍କ ମନରେ ଭୟ ସୃଷ୍ଟି କରିଛି । ନିମ୍ନମାନର କାମ ଯୋଗୁ ମାତ୍ର କିଛି ବର୍ଷ ମଧ୍ୟରେ ସିଲିଂ ଖସିପଡ଼ିବା ଅଭିଯୋଗ ହୋଇଛି ।

କେବଳ ଗୋଟିଏ ସ୍ଥାନ ନୁହେଁ, ଡାକ୍ତରଖାନା କୋଠାର ବହୁ ସ୍ଥାନରେ ସିଲିଂ ଖସିଯିବା ସ୍ଥିତି ରହିଥିବା ଜଣାପଡ଼ିଛି । ୨ବର୍ଷ ପୂର୍ବେ ଏହି ମେଡି​​​​​​​କାଲ କଲେଜ ଉଦଘାଟନ ହୋଇଥିଲା । ତେବେ ଏତେ କମ୍ ସମୟରେ କିପରି ମେଡିକାଲର ସିଲିଂ ଖସିପଡୁଛି ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦି କୌଣସି ଅଘଟଣ ଘଟିଥାନ୍ତା ତେବେ ଦାୟୀ କିଏ ରହିଥାନ୍ତା ?