LIVE TV

ପ୍ରଥମ ପତ୍ନୀଙ୍କୁ ନେଇ ବୋନିଙ୍କ ଖୁଲାସା, କହିଲେ- ଶ୍ରୀଦେବୀଙ୍କ ପାଇଁ ମୁଦି କିଣିଥିଲେ ମୋନା

NEWS7
Boney

ନୂଆଦିଲ୍ଲୀ ୨୬।୦୯; ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପ୍ରେମ ଜୀବନ ବିଷୟରେ ସମସ୍ତଙ୍କୁ ଜଣା। ସେ ଦୁଇଥର ବିବାହ କରିଛନ୍ତି। ତାଙ୍କ ପତ୍ନୀ ମୋନାଙ୍କ ସହିତ ରହୁଥିବା ସମୟରେ, ସେ ବଲିଉଡ୍ ଡିଭା ଶ୍ରୀଦେବୀଙ୍କ ପ୍ରେମରେ ପଡ଼ିଥିଲେ। ସେହି ସମୟରେ ବୋନିଙ୍କର ଦୁଇଟି ସନ୍ତାନ ଥିଲେ। ତଥାପି ସେ ତାଙ୍କ ପ୍ରଥମ ପରିବାରକୁ ଛାଡି ବୋନି ୧୯୯୬ ମସିହାରେ ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ବୋନି ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ କେବେବି ତାଙ୍କ ପ୍ରଥମ ପତ୍ନୀ ମୋନାଙ୍କୁ ଶ୍ରୀଦେବୀଙ୍କ ସହ ସମ୍ପର୍କ ଥିବା ନେଇ ଲୁଚାଇ ନଥିଲେ। ସେ ଏପରି ମଧ୍ୟ କହିଛନ୍ତି ଯେ ମୋନା ତାଙ୍କର ଏବଂ ଶ୍ରୀଦେବୀଙ୍କ ବିବାହ ମୁଦି କିଣିଥିଲେ। ଏକ ସାକ୍ଷାତକାରରେ ମୋନାଙ୍କ ସହ ତାଙ୍କ ସମ୍ପର୍କକୁ ମନେ ପକାଇ ବୋନି କହିଛନ୍ତି ଯେ ସେ ତାଙ୍କୁ ସବୁକିଛି ସକହିଥିଲେ। "ମୁଁ ମୋନାଙ୍କ ସମ୍ମୁଖରେ ଶ୍ରୀଦେବୀଙ୍କ ପ୍ରତି ଥିବା ମୋର ପ୍ରେମକୁ ସ୍ୱୀକାର କରିଥିଲି। ମୁଁ ଯେଉଁ ମୁଦି ପିନ୍ଧିଛି ଏବଂ ଶ୍ରୀଦେବୀ ଯେଉଁ ମୁଦି ପିନ୍ଧୁଥିଲେ, ଉଭୟ ମୁଦି ମୋନା କିଣିଥିଲେ। ବୋନି ସ୍ୱୀକାର କରିଛନ୍ତି ଯେ ତାଙ୍କ ପିଲାମାନେ ପରିବାର ଠାରୁ ଦୂରରେ ରହିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଅର୍ଜୁନଙ୍କ ତାଙ୍କ ପିତାଙ୍କୁ ଭାବପ୍ରବଣ ଚିଠି

ବୋନି କହିଛନ୍ତି ଯେ ତାଙ୍କ ପାଖରେ ଏବେ ବି ଅର୍ଜୁନଙ୍କ ଏକ ଭାବପ୍ରବଣ ଚିଠି ଅଛି ଯେଉଁଥିରେ ସେ ପଚାରିଥିଲେ, "ତୁମେ କାହିଁକି ଘରକୁ ଆସୁନାହଁ?" "ମୋତେ ବହୁତ ଖରାପ ଲାଗୁଛି। କିନ୍ତୁ ମୁଁ କ'କରିପାରିବି? ମୁଁ ବଣ୍ଟା ହୋଇଯାଇଥିଲି। ଗୋଟିଏ ପଟେ ମୋ ସ୍ତ୍ରୀ (ଶ୍ରୀଦେବୀ) ଥିଲେ, ଅନ୍ୟପଟେ ମୋ ପିଲାମାନେ ଥିଲେ। ମୁଁ ଶ୍ରୀଦେବୀଙ୍କୁ ଛାଡିପାରିଲି ନାହିଁ କାରଣ ସେ ସମ୍ପୂର୍ଣ୍ଣ ଏକାକୀ ଥିଲେ। ତାଙ୍କ ବାପାମାଆଙ୍କ ଦେହାନ୍ତ ହୋଇଯାଇଥିଲା। ହେଲେ ମୋ ପିଲାମାନଙ୍କର ମାଆ ମୋନା ଥିଲେ। ସେମାନେ ତାଙ୍କ ଜେଜେବାପା-ମାଆଙ୍କ ସହିତ ରହୁଥିଲେ। ମୁଁ ମୋର ସମସ୍ତ ପିଲାଙ୍କୁ ଭଲ ପାଏ। ମୋର ପ୍ରଥମ ସ୍ତ୍ରୀଙ୍କୁ ସମ୍ମାନ କରେ କାରଣ ସେ କେବେ କାହାକୁ ପରସ୍ପର ବିରୁଦ୍ଧରେ ଠିଆ କରିନଥିଲେ। ପିଲାମାନେ ସେମାନଙ୍କ ମାଆଙ୍କୁ କଷ୍ଟ ଦେଖି ଖରାପ ଅନୁଭବ କରିଥିଲେ। ମୁଁ ତାହା ବୁଝିପାରୁଛି। କିନ୍ତୁ ଆଜି ମୁଁ ମୋର ଚାରି ପିଲା (ଅର୍ଜୁନ, ଅଂଶୁଳା, ଜାହ୍ନବୀ ଏବଂ ଖୁସି) ଏକାଠି ଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି।