News7 Logo

କେବେ ହେବ ସ୍ବତନ୍ତ୍ର ଓଟିଇଟି ? ଘୋଷଣା ହେଲା ନୂଆ ତାରିଖ

NEWS7
BSE

​​​​​​କଟକ: ସେପ୍ଟେମ୍ବର ୨୭ ତାରିଖରେ ହେବ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା । ପରୀକ୍ଷା ପାଇଁ ସେପ୍ଟେମ୍ବର ୧୭ ତାରିଖରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ ଡାଉନଲୋଡ କରିପାରିବେ। ଏନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଜାରି ବିଜ୍ଞପ୍ତି ଅନୁସାରେ ଦୁଇଟା ସିଟିଂରେ ପରୀକ୍ଷା ହେବ  ପେପର ୧ ପରୀକ୍ଷା ସକାଳ ୯ ଟାରୁ ୧୧.୩୦ ଯାଏ ଏବଂ ପେପର ୨ ପରୀକ୍ଷା ଦିନ ୨ ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ।

​​​​​​​ସୂଚନାଥାଉକି, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନ ପତ୍ର ଲିକ୍‌ କାରଣରୁ ବାତିଲ ହୋଇଥିଲା। ଆଉ ଏହାର ତଦନ୍ତକ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହାସହ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପୁଣି ଏହାକୁ ବାତିଲ କରାଯାଇଥିଲା। ଆଉ ଏବେ ସେପ୍ଟେମ୍ବର ୨୭ ତାରିଖରେ ପରୀକ୍ଷା କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।