LIVE TV

ଏମ୍‌ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ

NEWS7
aiims firing

ଭୁବନେଶ୍ୱର ୧୩/୧୦: ସକାଳୁ ସକାଳୁ ରାଜଧାନୀରେ ଫୁଟିଲା ଗୁଳି । ଏମ୍‌ସ କର୍ମଚାରୀଙ୍କୁ ଗୁଳିମାଡ କରି ହତ୍ୟ କଲେ ଦୁର୍ବୃତ୍ତ । ଏକାଧିକ ରାଉଣ୍ଡ ଫାଇରିଂ ହୋଇଥିବା ସୂଚନା । ଘଟଣା ସ୍ଥଳରେ ଜୋନ ଏସିପି ଓ ଆଇଆଇସି ପହଞ୍ଚିଛନ୍ତି । ଗୁଳିକାଣ୍ଡର କାରଣ ଜମିଜମା ବିବାଦ ବୋଲି ପୋଲିସ ଜାଣିବାକୁ ପାଇଛି । ମୃତ ଏମ୍ସ କର୍ମଚାରୀଙ୍କ ଜଣଙ୍କ ହେଇଛନ୍ତି ସୁଧାଂଶୁ ଖୁଣ୍ଟିଆ । 

ସୂଚନା ଥାଉକି, ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼ । ସେ ଗୁରୁତର ଆହତ ହୋଇ ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।