LIVE TV

ରାଜଧାନୀର ହାଟ ପାଇଁ ଆସିବ SOP : ଜରିପାଲ ଟାଣି ପାରିବେନି ଦୋକାନୀ, ରାସ୍ତା ଉପରକୁ ମାଡ଼ି କରି ପାରିବେନି ବ୍ୟବସାୟ

NEWS7
BMC

ଭୁବନେଶ୍ବର ୧୦: ରାଜଧାନୀର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଛି ବିଏମ୍‌ସି ରାଜଧାନୀର ବିଭିନ୍ନ ହାଟ ପାଇଁ SOP ଆଣିବ ବିଏମ୍‌ସି ରାଜଧାନୀର ୨୦ଟି  ବଡ଼  ହାଟ ପାଇଁ ଲାଗୁହେବ SOP ହାଟ କେମିତି ପାଇ ହେବ ବିଧିବଦ୍ଧ ନିର୍ବାଚନ ହେବ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନସ୍ୟୁରାନ୍ସ କରିବ BMC ରାଜଧାନୀର ବିଭିନ୍ନ ହାଟରେ  ଏନଫୋର୍ସମେଣ୍ଟକୁ କଡା କଡ଼ି  କରାଯିବ ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ ହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ   ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ ଏକ ନମ୍ବର ମାର୍କେଟକୁ  ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି କ୍ଷତିଗ୍ରସ୍ତଙ୍କୁ CMRF  ଫଣ୍ଡ ସହ BMC ନିଜସ୍ଵ  ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ କରାଯାଉଥିବା ମେୟର କହିଛନ୍ତି

ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ବିଳମ୍ବିତ ପ୍ରକ୍ରିୟା କାରଣରୁ ପରିବା ମାର୍କେଟ ଚାରିପାଖରେ ପୁଣି ଥରେ ବସ୍ତି ଗଢି ଉଠିଥିବା ବେଳେ ୧ନଂ ହାଟକୁ ସବୁ ସମୟରେ ଅଗ୍ନିକାଣ୍ଡର ଭୟ ରହିଛି ସେପଟେ ନାଲିଫିତା ତଳେ ଚାପି ହୋଇ ରହିଛି  ୟୁନିଟ ୧ ମାର୍କେଟ ବିକାଶ ନକସା ଏହି ବିଳମ୍ବିତ ପ୍ରକ୍ରିୟା କାରଣରୁ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ତାହା ପୁଣି ଗଢ଼ି ଉଠିଲାଣି ଏଣେ ହାଟର ବ୍ୟବସାୟୀ ମାନେ ପ୍ରତି ମୁହୂର୍ତ୍ତରେ ଭୟର ବାତାବରଣ ଭିତରେ ରହୁଛନ୍ତି ବିଶେଷକରି ହାଟକୁ ସବୁବେଳେ ନିଆଁ ଡର ଲାଗିରହିଛି

୧ନମ୍ବର ହାଟ ଜମି ସାଧାରଣ ପ୍ରଶାସନ(ଜିଏ ଆଣ୍ଡ ପିଜି) ବିଭାଗର ହାଟରେ ୨୮୩୯ ଜଣ ବ୍ୟବସାୟ କରୁଛନ୍ତି ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ସହ ପାଇକାରୀ ବ୍ୟବସାୟୀ ରହିଛନ୍ତି ୨୦୧୪ ମସିହାରେ ୧ନମ୍ବର ହାଟ ବ୍ୟବସାୟୀଙ୍କୁ  ମାଇଡର୍ନ ମାର୍କେଟ୍‌ କମ୍ପ୍ଲେକ୍ସ କରି ଥଇଥାନ କରିବାକୁ ଯୋଜନା ହୋଇଥିଲା ୫ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସର ଦୁଇଟି ବେସ୍‌ମେଣ୍ଟରେ ପାର୍କିଂ ବ୍ୟବସ୍ଥା ରହିଥିଲା ବାକି ତିନି ମହଲାରେ ଯଥାକ୍ରମେ ପରିବା, ତେଜରାତି ଓ ଘରକରଣା ଜିନିଷ ଉପଲବ୍ଧ ହେବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା ଏଥିରେ ପାଖାପାଖି ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଥିଲା ଯେଉଁଠି ମାର୍କେଟ ‌କମ୍ପ୍ଲେକ୍ସ ତିଆରି ହେବାକୁ ଥିଲା, ସେଠାରେ ୭୫ଟି ସରକାରୀ କ୍ବାର୍ଟର୍ସ ଓ ବସ୍ତିରେ ୧୨୫ ଘର ଥିଲା ଏଣୁ ସେସବୁକୁ ଭାଙ୍ଗିବା ଯୋଜନା ହୋଇଥିଲା ୧୨୫ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇ ପରେ ବସ୍ତି ଉଚ୍ଛେଦ କରାଯାଇଥିଲା ସରକାରୀ କ୍ବାର୍ଟର୍ସ ବି ଭଙ୍ଗାଯାଇଥିଲା ଖୁଚୁରା ଦୋକାନୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ହୋଇଥିଲା ଏବଂ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା ଏଥିପାଇଁ ବହୁ ବର୍ଷ ପୂର୍ବରୁ ଜିଏ ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇସାରିଛି କିନ୍ତୁ ୧୧ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ହେବା ସମ୍ଭବ ହୋଇପାରି ନାହିଁ କାହାକୁ ନେଇ ଉଭୟ ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି

୨୦୧୪ ମସିହାରେ ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପରି ହୋଇଥିଲା ଏଥିପାଇଁ ବହୁ ବର୍ଷ ପୂର୍ବରୁ ଜିଏ ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇସାରିଛି ହେଲେ କାହିଁକି ଏଯାଏଁ ପାଇକାରୀ ବଜାର ଭଗବାନପୁରକୁ ସ୍ଥାନାନ୍ତର ହୋଇପାରିନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସେପଟେ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଏବେର ବିଜେପି ସରକାର ଟଙ୍କା ଦେଉନାହାନ୍ତି, ଆମେ କଣ କରିବୁ ବୋଲି କହି ଖସିଯିବାକୁ ବସିଛନ୍ତି ବିଏମସି ମେୟର ।​​​​​​​​​​​​​​