ଭୁବନେଶ୍ୱର ୩୦/୧୦: ବିଜେପି ନେତା ଶଙ୍କର ପରିଡ଼ାଙ୍କ ବିୟୋଗ । ଗୁରୁବାର ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କର ଦେହାନ୍ତ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କ୍ୟାନ୍ସରରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ ଶଙ୍କର । ଏମିତିକି ଦଳର ବରିଷ୍ଠ ନେତା ହସ୍ପିଟାଲେର ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । 

 

ସୂଚନା ଥାଉକି, ଫୁସ୍‌ଫୁସ୍ କର୍କଟରେ ପୀଡ଼ିତ ହୋଇ ପ୍ରଥମେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା । ଦୀର୍ଘ ଦିନ ଚିକିତ୍ସା ପରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ଝିଅ ଶ୍ରୀ ପରିଡ଼ାଙ୍କ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଶଙ୍କର ପରିଡ଼ା ଜଣେ ପ୍ରସିଦ୍ଧ କବି ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ । ଅତୀତରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ସେ । 

​​​​​​​​​​​​​​

​​​​​​​​​​​​​​ଶଙ୍କର ପରିଡ଼ା ନିକିଟରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଜନ୍ମଦିନ ପାଳିଥିଲେ । ଲେଖିଥିଲେ ଆଜି ହାସ୍ ପାତାଳରେ ଜନ୍ମଦିନ । ଉଲ୍ଲସିତ ଅଶ୍ରୁ ଏବଂ ଅଶ୍ରୁସିକ୍ତ ଉଲ୍ଲାସର ଅଗଣାରେ ଐତିହ୍ୟର ଦୃପ୍ତ ପାଦଚିହ୍ନ । ଏମିତି କବିତା ଲେଖିଥିଲେ ଶଙ୍କର ପରିଡା । ଜୀବନ ସହ ସଂଘର୍ଷ କରୁଥିବାବେଳେ ଏମିତି ହୃଦୟସ୍ପର୍ଶୀ କଥା ଲେଖିଯାଇଛନ୍ତି ସେ ।