News7 Logo

ରାତାରାତି ଦୁର୍ନୀତି କମିବ ନାହିଁ, କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

NEWS7
Vigilance

ଭୁବନେଶ୍ବର ୧୩।୯: ଲାଞ୍ଚ ନେଇ ବାମରା ତହସିଲଦାର ତଥା ଓଏଏସ୍ ଟପ୍ପର ଧରାପଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ରାତାରାତି ଦୁର୍ନୀତି କମିବ ନାହିଁ । କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଜିଲାନ୍ସ ଓ ପୋଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି । ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଦୁର୍ନୀତି କରି ଅନେକ ଅଫିସର ଜେଲ୍ ଗଲେଣି । ଦୁଇ ଦିନ ତଳେ କୁଚିଣ୍ଡା ତହସିଲଦାରଙ୍କୁ ସରକାର ନିଲମ୍ବନ କରିଛନ୍ତି । ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଅଧିକାରକୁ ହନନ କରିଥିଲେ । ୨୦୧୯ ବ୍ୟାଚର ଟପ୍ପର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଖୁବ୍‌ଶୀଘ୍ର ତାଙ୍କୁ ନିଲମ୍ବିତ କରାଯିବ । ସରକାରୀ ସ୍ତରରେ, ରାଜସ୍ବ ବିଭାଗରେ, ଅନ୍ୟାୟ, ଲାଞ୍ଚ, ଆଇନ ବିରୋଧୀ କାର୍ଯ୍ୟ ଦେଖିଲେ ନଜରକୁ ଆଣନ୍ତୁ, କେହି ବର୍ତ୍ତିବେନି ବୋଲି ଲୋକଙ୍କୁ ରାଜସ୍ୱ ମନ୍ତ୍ରୀ ଅପିଲ୍ କରିଛନ୍ତି । ସେ ଦୃଷ୍ଟିରୁ ବିଭାଗ ପ୍ରତି ମାସ ଆସେସମେଣ୍ଟ କରୁଛି । ଦୁର୍ନୀତିର ପରିମାଣ ଅପେକ୍ଷାକୃତ କମିଛି । ରାତାରାତି ଦୁର୍ନୀତି କମିବ ନାହିଁ, କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜୀବନ ସାରା ପଶ୍ଚତାପ କରିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଭିଜିଲାନ୍ସ ଓ ପୋଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ । ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।