LIVE TV

ବିଜେପି ସରକାର ଆସିବା ପରେ ଓଡ଼ିଶାରେ ଯେତେବେଳେ ଯେଉଁ ଘଟଣା ଘଟୁଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି

NEWS7
BJP

ଭୁବନେଶ୍ବର ୧୪୧୦: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ବିଜେଡ଼ି ଆଣିଥିବା ଅଭିଯୋଗ ଉପରେ କଡ଼ା ଜବାବ ରଖିଲା ବିଜେପି । ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର କହିଲେ, ବିଜେଡ଼ି ନେତା ମାନେ କିଛି କହିବା ଆଗରୁ ସେମାନଙ୍କ ସମୟର ସରକାର କଥା ଥରେ ମନେ ପକାନ୍ତୁ । ସେମାନେ କଣ କରିଥିଲେ । ଯଦି କୌଣସି କେସ୍‌ରେ ବିଜେଡି ନେତା ସଂପୃକ୍ତ ରହୁଥିଲେ, ସେଥିରେ ଗିରଫଦାରୀ ହେଉନଥିଲା । ବିଜେପି ସରକାର ଆସିବା ପରେ ଓଡ଼ିଶାରେ ଯେତେବେଳେ ଯେଉଁ ଘଟଣା ଘଟୁଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଭଳି କାର୍ଯ୍ୟାନୁଷ୍ଠାନ ଆଗରୁ କେବେ ହେଉଥିଲା କି ? ବିଜେଡ଼ି ନେତା ମାନେ ଉତ୍ତର ଦିଅନ୍ତୁ । ତାଙ୍କ ସମୟରେ ବିଭିନ୍ନ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ସେମାନେ କଣ କରିଛନ୍ତି ତାର ଉତ୍ତର ଦିଅନ୍ତୁ । ବିଜେପି ସରକାର ଆସିବା ପରେ ଯିଏ ବି ଯେଉଁଠି ଦୋଷୀ ଧରାପଡୁଛନ୍ତି, ତୁରନ୍ତ କଡ଼ା ଆକ୍ସନ ନିଆଯାଉଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ବିଧାୟକ ସାରଦା ଜେନା କହିଥିଲେ ବିଜେପି ସରକାର ଆସିବା ପରଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । କଟକ କର୍ଫ୍ୟୁ ହେଉ, ଚୌଦ୍ଵାର ଜେଲ୍ ଭାଙ୍ଗି କଏଦୀ ଫେରାର ଓ ଥାନାରୁ ଅଭିଯୁକ୍ତ ଫେରାର ହେଉଛନ୍ତି । ପୋଲିସ ପ୍ରଶାସନ ଉପରେ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଆଜି ଏ ଅବସ୍ଥା । ଜେଲ୍ ଡିଜି ଆଜି ଚିଠି କରୁଛନ୍ତି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସରପ୍ରାଇଜ୍ ଭିଜିଟ୍ ପାଇଁ । ଏକଥା ନୂଆ ନୁହେଁ, ଏ ମାନୁଆଲ ଆଗରୁ ଅଛି । ସରକାର ମୋ ତୋ ରେ ଚାଲିଛି । ଇଏ ମୋ ଲୋକ ତାକୁ ଛାଡ, ଇଏ ତୋ ଲୋକ ତାକୁ ଧର ନୀତି ଯୋଗୁ ଏଭଳି ଅବସ୍ଥା ବୋଲି ସାରଦା କହିଥିଲେ