LIVE TV

ବଦଳିପାରେ ନୂଆପଡ଼ା ସମୀକରଣ, ଉପନିର୍ବାଚନ ପାଇଁ ପ୍ରସନ୍ନ ପାଢ଼ୀଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

NEWS7
Nuapada By election

ନୂଆପଡ଼ା ୧୧।୧୦: ବଦଳିପାରେ ନୂଆପଡ଼ା ସମୀକରଣ । ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଢ଼ୀ । ଏକଦା ବିଜେଡି ନେତା ଥିଲେ ପ୍ରସନ୍ନ ପାଢ଼ୀ । ସବୁବେଳେ ବିଜେଡିରୁ ଟିକେଟ୍ ଆଶାୟୀ ରହିଥିଲେ । ହେଲେ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ୍ ଦେଉଥିଲା । ତେଣୁ ୨୦୧୪ରେ ବିଜେପିରେ ମିଶିଥିଲେ ପ୍ରସନ୍ନ ପାଢ଼ୀ । ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ନେଇ ଏକପ୍ରକାର ସ୍ପଷ୍ଟ ହେବା ପରେ ପ୍ରସନ୍ନ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ପ୍ରସନ୍ନ ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି । କୁହାଯାଉଛି ନୂଆପଡ଼ା ରାଜନୈତିକ ସମୀକରଣରେ ବିଜେଡି ପ୍ରସନ୍ନଙ୍କ ଉପରେ ନଜର ରଖିଛି ।

ସେପଟେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହୋଇପାରନ୍ତି । ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ କିଏ ହେବ ସେନେଇ ଆକଳନ ଚାଲିଥିବା ଭିତରେ ବିଜେପିରେ ଜୟ ଢୋଲକିଆ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଜୟ ବିଜେପିରେ ଯୋଗଦାନ କରିପାରନ୍ତି ।

ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଜୟ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଗତ ନିର୍ବାଚନରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ଥିଲେ , ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ । ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଗୋଟି ଚାଳନା କରିଛି । ତେଣୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେପି ନିଜ ପଟକୁ ଟାଣିବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।