LIVE TV

ଆମେ ବିଜେପି କି କଂଗ୍ରେସ କାହା ସହ ମିଶିକି ନାହୁଁ, ରାଜ୍ୟ ଲୋକଙ୍କ ସହ ମିଶିକି ଅଛୁ

NEWS7
Odisha Assembly

ଭୁବନେଶ୍ବର ୨୧।୯: ବିଧାନସଭା ଅଚଳାବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଆମେ ଚାହୁଁ ବିଧାନସଭା ଚାଲୁ । ରାଜ୍ୟର ସମସ୍ୟା ଆଲୋଚନା ହେଉ । ହେଲେ ସେ ଅବକାଶ ରାଜ୍ୟ ସରକାର ଯୋଗାଇ ଦେଉନାହାନ୍ତି । ସରକାରଙ୍କ ମାନସିକତା ବୁଝି ହେଉନାହିଁ । ରାଜ୍ୟରେ ସାର ସମସ୍ୟା ରହିଛି, ନାରୀ ନିର୍ଯାତନା ବଢିଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏମିତି ଅନେକ ସମସ୍ୟା ରହିଛି । ଏହା ଆଲୋଚନା ହେଉ । ଆମେ ସବୁ ବିଷୟ ଦୀର୍ଘ ସମୟ ଆଲୋଚନା ହେଉ ବୋଲି ଚାହୁଁ । ସରକାରଙ୍କ ଦାୟିତ୍ବ ବିଧାନସଭା ଚଲାଇବା । ରାଜ୍ୟପାଳଙ୍କୁ ଆମେ ସାର ସମସ୍ୟାର ସମାଧାନ ପାଇଁ ନିବେଦନ କରୁଛୁ । ସାମ୍ବିଧାନିକ କ୍ଷମତା ଆପଣ ପ୍ରୟୋଗ କରି ସମସ୍ୟାର ସମାଧାନ ପାଇଁ କହିଛୁ । ବ୍ୟପାକ ସମସ୍ୟାକୁ ସରକାର ଚୁମ୍ବକରେ ଆଲୋଚନା ପାଇଁ ଚେଷ୍ଟା କରୁଛନ୍ତି । ସରକାର ନିଜର ବିଫଳତାକୁ ଲୁଚେଇବା ପାଇଁ ଚେଷ୍ଟା କରୁଛନ୍ତି । ଆମେ ବିଜେପି କି କଂଗ୍ରେସ କାହା ସହ ମିଶିକି ନାହୁ । ଆମେ ରାଜ୍ୟର ଲୋକଙ୍କ ସହ ମିଶିକି ଅଛୁ ।

​​​​​​​ସେପଟେ ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖରେ ମଦ ଦୋକାନ ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏ ସରକାର  କୁହନ୍ତି ଯେଡ଼େ, ନୁହଁନ୍ତି ସେଡେ । ସରକାରଙ୍କ ଅବକାରୀ ନୀତି ଏହାର ଉଦାହରଣ । ସରକାର ସବୁ କଥାରେ ପୂର୍ବ ସରକାର କଥା କହୁଛନ୍ତି । ଯଦି ପୂର୍ବ ସରକାର ଭୁଲ୍ କରିଛନ୍ତି, ଆପଣ ସଂଶୋଧନ କରନ୍ତୁ । ଆପଣ ଅଧିକ ଭୁଲ୍ କରୁଛନ୍ତି । ଏହା ସରକାର ବିଫଳତା ପରିଚାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି