ନୂଆପଡ଼ା: ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ାରେ ପ୍ରଚାର କରିଛନ୍ତି। ଏକ ସ୍ବତନ୍ତ୍ର ବସ୍‌ରେ ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆର ରୋଡ୍ ଏବଂ ନୂଆପଡ଼ା ବ୍ଲକ୍‌ରେ ନବୀନ ରୋଡ୍ ସୋ’ କରିଛନ୍ତି ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ବିଜେଡି ସୁପ୍ରିମୋଙ୍କ ରୋଡ ସୋ ଏବଂ ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗଦେଇଛନ୍ତି। ନବୀନ ବାବୁଙ୍କୁ ଦେଖିବା ଏବଂ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ଯେତିକି ଉତ୍ସାହ ରହିଛି, ତାହା ଓଡ଼ିଶାର କୌଣସି ନେତାଙ୍କ ପାଖେ ଦେଖିବାକୁ ମିଳେ ନାହିଁ।ଏଥିରୁ ସ୍ପଷ୍ଟ ହେଉଛି ବିଜେଡି ଏକ ପାଖିଆ ନିର୍ବାଚନ ଜିତିବାକୁ ଯାଉଛି।

ସେହିଭଳି ଶନିବାର ମୁଖ୍ୟମନ୍ତ୍ରୀ ପୁଣି ନୂଆପଡ଼ାରେ ପ୍ରଚାର କରିବାକୁ ଥିବାବେଳେ, ଏହା ଉପରେ ପ୍ରତିକ୍ରିୟା ରଖି ଅରୁଣ ସାହୁ କହିଛନ୍ତି ‘‘ଲୋକେ ବିଜେପିକୁ କାଉଣ୍ଟ କରୁନାହାନ୍ତି, କାଉଣ୍ଟର କଣ କରିବେ ? ନବୀନ ବାବୁଙ୍କୁ କାଉଣ୍ଟର କରିପାରିବେ ନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ବିଜେଡ଼ିର ଗଭୀର ସମବେଦନା ଅଛି। ସେ ଆମ ପରିବାରର ସଦସ୍ୟ । ସେ ସଦସ୍ୟ ଭାବରେ ଜୀବନବ୍ୟାପୀ କାମ କରିଛନ୍ତି । ତାଙ୍କର ଦେହାନ୍ତ ପରେ କ’ଣ ପରିସ୍ଥିତି ଉପୁଜିଲା ସେ ଦଳ ଛାଡ଼ି ଚାଲିଗଲେ ? ଘୃଣ୍ୟ ଏବଂ ହୀନ ରାଜନୀତି ଭାରତ ବର୍ଷରେ କେବଳ ବିଜେପି କରେ।’’