News7 Logo

ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍ କମିଟି ଗଠନ, ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ

NEWS7
Puri

ପୁରୀ ୩୯: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକରେ ନୂତନ ସଦସ୍ୟ ମାନଙ୍କୁ ସ୍ବାଗତ କରାଯାଇଥିଲା । ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ୍ କମିଟି ଗଠନ ହୋଇଛି । ସମୁଦାୟ ୧୪ ଗୋଟି ସବ୍ କମିଟି ଗଠନ ହୋଇଛି । ଏଥିରୁ ଚାରୋଟି ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍ ସବ୍ କମିଟି ମୁଖ୍ୟ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକ ନୂତନ ସବ୍ କମିଟି ଗଠନ ହୋଇଛି । ଏଥିରେ ଅଧ୍ୟକ୍ଷ ରହିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ଶ୍ରୀଜଗନ୍ନାଥ ତତ୍ତ୍ଵ ଗବେଷଣା ଓ ପ୍ରସାର କମିଟି । ଗଜପତି ମହାରାଜା ଏହାର ଅଧ୍ୟକ୍ଷ ରହିଛନ୍ତି । ସେବକ କଲ୍ୟାଣ ପାଇଁ ଏକ ସବ୍ କମିଟି ଗଠନ ହୋଇଛି । ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ । ଭୂମି ସବ୍ କମିଟି ଗଠନ ମଧ୍ୟ ହୋଇଛି । ମୁଖ୍ୟ ପ୍ରଶାସକ ଏଥିରେ ଅଧ୍ୟକ୍ଷ ରହିଛନ୍ତି । ପ୍ରୋଜେକ୍ଟ ଟେକ୍ନିକାଲ କମିଟି ଗଠନ ହୋଇଛି । ପ୍ରକଳ୍ପ ସାଂସ୍କୃତିକ କମିଟି ଗଠନ ହୋଇଛି । ଗଜପତି ମହାରାଜା ଅଧ୍ୟକ୍ଷ ଅଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ପାଇଁ କମିଟି କରାଯାଇଛି । ସଂସ୍ଥା ସବ୍ କମିଟି ଗଠନ ହୋଇଛି । ବିଧି ସବ୍ କମିଟି ଗଠନ ହୋଇଛି । ଜମିଜମା ଜାଲିଆତି ଉପରେ ରୋକ୍ ଲଗାଇବା ପାଇଁ ଆଇନଜୀବୀ ମାନଙ୍କୁ ନେଇ ଏକ କମିଟି ଗଠନ ହେବା ନେଇ ପରିଚାଳନା କମିଟି ବୈଠକରେ ମତପ୍ରକାଶ ପାଇଥିଲା । ନୀତି ସମନ୍ବୟ କମିଟିର ପୁନଃ ପ୍ରଚଳନ ପାଇଁ କମିଟି କରାଯାଇଛି ।

ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ପରିଚାଳନା କମିଟି ଅନୁମୋଦନ କରିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଧାଡ଼ି ଦର୍ଶନ ପାଇଁ ରାମ୍ପ ବା ବ୍ୟାରିକେଡ଼ ବ୍ୟବସ୍ଥା ଲଗାଯାଇ କିଭଳି ବ୍ୟବସ୍ଥା ହେବ ସେନେଇ ପଦକ୍ଷେପ ନିଆଯିବ । ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହେବ । ଯାହାଦ୍ବାରା ଅସୁବିଧା ସୁବିଧା ବିଷୟରେ ଜାଣିହେବ । ଏଏସ୍ଆଇ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଶ୍ରୀମନ୍ଦିର ନାଟମଣ୍ଡପରେ ବ୍ୟବସ୍ଥା କରାଯିବ । ଏନେଇ କମିଟି ଏକ ଏସ୍‌ଓପି ପ୍ରସ୍ତୁତ କରିବେ । ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ରାମ୍ପ ନିର୍ମାଣ କରାଯିବ । ଏଥିପାଇଁ ଏକ ଏସ୍‌ଓପି କରାଯିବ । ଇସ୍କନର ଅଦିନିଆ ରଥଯାତ୍ରା ଏବଂ ଶ୍ରୀମନ୍ଦିର ନାଁରେ ଅପବ୍ୟବହାର,

ଦିଘା ଜଗନ୍ନାଥ ଧାମ ନାମକରଣକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଆସନ୍ତା ୬ ତାରିଖରେ ଗଜପତି ମହାରାଜା ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ । ତିଥି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ନେଇ ଗଜପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ।‌ ଶାସ୍ତ୍ର ଓ ପରମ୍ପରା ନିୟମକୁ ଯେ କେହି ବି ଭାଙ୍ଗିବେ ତାଙ୍କ ବିରୁଦ୍ଧରେ କିଭଳି ପଦକ୍ଷେପ ନିଆଯିବ ସେନେଇ ପଦକ୍ଷେପ ନିଆଯିବ ।