LIVE TV

ଋଣ କରି କରିଥିଲେ କୁକୁଡ଼ା ଫାର୍ମ, ଅଜଣା ଜନ୍ତୁ ପଶି ଖାଇଗଲା ୨ଶହରୁ ଅଧିକ କୁକୁଡ଼ା ଓ କୁକୁଡ଼ା ଚିଆଁ

NEWS7
Khalikote

ଖଲ୍ଲିକୋଟ ୧୦: ଋଣ କରଜ କରି କରିଥିଲେ କୁକୁଡ଼ା ଫାର୍ମ ଦୀର୍ଘ ବର୍ଷ ହେଲା ସେହି ଫାର୍ମରେ କୁକୁଡ଼ା ପାଳନ କରୁଥିଲେ କିନ୍ତୁ ସବୁ ସାରିଦେଲା ଅଜଣା ଜନ୍ତୁ ମାରି ଖାଇଗଲା ବଡ଼ କୁକୁଡ଼ା ସହ କୁକୁଡ଼ା ଚିଆଁ ଅଧା ଅଧା ଖାଇଦେଇଛି, ଅଧା ଅଧାପଡିଛି ଫାର୍ମ ଭିତରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟିଥିବା ବେଳେ ଗୁରୁବାର ସକାଳୁ ଫାର୍ମ ମାଲିକ ଏହା ଦେଖିବାକୁ ପାଇଥିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ଏବେ କରିବେ ଫାର୍ମ ମାଲିକ, କେମିତି ଋଣ ସୁଝିବେ ତାକୁ ନେଇ ଚିନ୍ତା ପଡ଼ିଛନ୍ତି ପୁରା ପରିବାର ମଧୟ ଚିନ୍ତାରେ ଅଛନ୍ତି

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କମଳାପଦର ଗ୍ରାମ ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀ ଋଣ କରଜ କରି ବର୍ଷ ପୂର୍ବେ ଏକ ଦେଶୀ କୁକୁଡ଼ା ଫାର୍ମ କରିଥିଲେ ସେହି ଫାର୍ମରୁ ଯାହା ରୋଜଗାର ହୁଏ ସିଏ ସେଥିରୁ ଋଣ କିସ୍ତି ଦେବା ସହ ପରିବାର ପ୍ରତିପୋଷଣ କରିଥାନ୍ତି କିନ୍ତୁ ବୁଧବାର  ବିଳମ୍ବିତ ରାତିରେ ଫାର୍ମରେ ପଶିଲା ଅଜଣା ଜନ୍ତୁ ଫାର୍ମରେ ପଶିବା ସହ ଅଜଣା ଜନ୍ତୁଟି ବଡ଼ କୁକୁଡ଼ା ଏବଂ କୁକୁଡ଼ା ଚିଆଁକୁ ମାରି ପକାଇଛି ଫାର୍ମରେ ଥିବା ପ୍ରାୟ ୨୦୦ରୁ ଅଧିକ ଦେଶୀ କୁକୁଡ଼ା ଏବଂ କୁକୁଡ଼ା ଚିଆଁକୁ ମାରି ଖାଇ ଦେଇଥିବା ଫାର୍ମ ମାଲିକଦେଖିବାକୁ ପାଇଥିଲେ ଗୁରୁବାର ସକାଳେ ଏହା ଦେଖି ଫାର୍ମ ମାଲିକଙ୍କ ଚିନ୍ତା ବଢ଼ିଯାଇଛି ଏହା ଫଳରେ କୁକୁଡ଼ା ଚାଷୀ ଜିତୁଙ୍କ ପ୍ରାୟ ଦୁଇ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ସେ କହିଛନ୍ତି କେମିତି ଋଣ, କରଜ ସୁଝିବେ ? ଏହାକୁ ନେଇ କୁକୁଡ଼ା ଚାଷୀ ଜିତୁ ଏବଂ ତାଙ୍କ ପରିବାର ଲୋକ ମଧ୍ୟ ଏବେ ଚିନ୍ତାରେ ଅଛନ୍ତି

ଜିତୁ ଦୀର୍ଘ ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କୁକୁଡ଼ା ସହ କୁକୁଡ଼ା ଚିଆଁ ପାଳନ କରିଥିଲେ କିନ୍ତୁ ଫାର୍ମର ବାଡ଼ କାଟି ଫାର୍ମରେ ଥିବା ସମସ୍ତ କୁକୁଡ଼ାକୁ ଅଧା ଅଧା କରି ଖାଇଛି ଅଜଣା ଜନ୍ତୁ ଯାହା ଫଳରେ ଫାର୍ମ ଫାର୍ମ ବାହାରେ ମଲା କୁକୁଡ଼ା ବିଛେଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି