ଭୁବନେଶ୍ବର ୨୫୧୦: ନୂଆପଡ଼ା ଉପନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଲ୍ଲଂଘନ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ଏନେଇ ଏକ କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ସମୟରେ ଆଇ ଆଣ୍ଡ ପିଆର ବିଭାଗ ପକ୍ଷରୁ ସରକାରୀ ମିଡ଼ିଆ ସେଲ୍ ହ୍ବାଟ୍‌ସଆପ୍ ଗ୍ରୁପରେ ସୁଭଦ୍ରା ଶକ୍ତି ସମାବେଶ ନେଇ ବିଜେପି କାର୍ଯ୍ୟାଳୟରେ ଉପ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଉଲ୍ଲେଖ  କରାଯାଇଛି  । ଅଫିସିଆଲ୍ ପେଜ୍‌ରେ ପ୍ରଚାର କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି  ଆଇ ଆଣ୍ଡ ପିଆରର ତନୁଜା ମହାନ୍ତି ।

ଏହାସହ ବିଜେପି ଦଳ କାର୍ଯ୍ୟାଳୟରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ହେଉଥିବାରୁ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି ।