ଭୁବନେଶ୍ବର: ଓଡିଏମ୍ ଶିକ୍ଷାସମୂହ ଦ୍ବାରା ଓଡିଏମ୍- ଓଭୋ- ଆର୍ଡୋର ସହଯୋଗ ସମାବେଶର ଆୟୋଜ କରାଯାଇଥିଲା। ଏହି ଅବସରରେ ନୂଆ ପୁଷ୍ଟିକର ସହଯୋଗୀ ଭାବରେ ଓଡିଏମ୍ ଶିକ୍ଷା ସମୂହ ଓ ଆର୍ଡୋର ଫୁଟବଲ ଏକାଡେମୀ ସହିତ ଓଭୋ ଫାର୍ମସର ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସହଯୋଗ ଅଧୀନରେ ଓଭୋ ଫାର୍ମସ୍ ଓଡିଏମ୍ ଛାତ୍ରବୃତ୍ତି ପ୍ରାପ୍ତ ଛାତ୍ରଛାତ୍ରୀ ଏବଂ ଆର୍ଡୋର ଏକାଡେମୀ ସେଣ୍ଟର ପାଇଁ ପ୍ରତି ସପ୍ତାହରେ ବିନା ମୂଲ୍ୟରେ ୧,୪୦୦ ଅଣ୍ଡା ଯୋଗାଇଦେବେ। ଏହାଦ୍ବାର ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମରେ ଓଡିଏମ୍ ଶିକ୍ଷା ସମୂହର ସିଓଓ ସ୍ବୟନ୍‌ ସତ୍ୟେନ୍ଦୁ, ଓଭୋ ଫାର୍ମସର ସିଇଓ ସମରେନ୍ଦ୍ର ମିଶ୍ର ଓ ଆର୍ଡୋର ଫୁଟବଲ ଏକାଡେମୀର ମୁଖ୍ୟ ଜୟଦେବ ମହାପ୍ରାତ୍ର ଉପସ୍ଥିତ ରହିଥିଲେ। ଏହି ସହଯୋଗ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ଓଭୋ ଫାର୍ମସ୍‌ର ଏହି ଉଦ୍ୟମ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ପୁଷ୍ଟିକର ଖାଦ୍ୟ ଯୋଗାଇ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଓଡିଏମ୍- ଓଭୋ- ଆର୍ଡୋର ଏହି ସହଯୋଗକୁ ନେଇ ଉତ୍ସାହିତ ଅଛନ୍ତି ଏବଂ ଏହା ଛାତ୍ରଛାତ୍ରୀଙ୍କ ମଙ୍ଗଳ ପାଇଁ ଏକ ନୂଆ ଦିଗ ଆରମ୍ଭ କରିବ।