LIVE TV

ସମାଲୋଚନା ପରେ ମହିଳା ସାମ୍ବାଦିକଙ୍କୁ ନିମନ୍ତ୍ରଣ ପଠାଇଲେ ଆଫଗାନିସ୍ତାନ ମନ୍ତ୍ରୀ: କହିଲେ, ଥିଲା ଟେକ୍ନିକାଲ ସମସ୍ୟା  

NEWS7
 Amir Khan Muttaqi clarification onexcluding women journalists

ନୂଆଦିଲ୍ଲୀ: ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକ ନ ରହିବା ନେଇ ସମାଲୋଚନା ହେବା ପରେ ରବିବାର ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ତ୍ରୁଟି ସୁଧାରିଛି ତାଲିବାନ। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନା ମୁତ୍ତାକି ରବିବାର ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥର ମହିଳା ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ମୁତ୍ତାକୀ ୭ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଭାରତ ସରକାରଙ୍କ ସହିତ ଏକାଧିକ ବୈଠକ କରିଥିଲେ। ଅକ୍ଟୋବର ୧୦ ତାରିଖରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କେବଳ ପୁରୁଷ ସାମ୍ବାଦିକଙ୍କୁ ଡକାଯାଇଥିଲା। ମହିଳାଙ୍କୁ ଡକାଯାଇ ନଥିଲା। ଏଥିରେ ଅନ୍ୟ ସାମ୍ବାଦିକଙ୍କ ସମେତ ବିରୋଧୀ ଦଳର ନେତା ଓ ମହିଳା ସୁରକ୍ଷା କର୍ମୀମାନେ ମଧ୍ୟ ଏହାକୁ କଡ଼ା ନିନ୍ଦା କରିଥିଲେ।

ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓମେନ୍ସ ପ୍ରେସ୍ କର୍ପସ୍ (IWPC) ମହିଳା ସାମ୍ବାଦିକଙ୍କ ପାଇ ଏହା ଅତ୍ୟନ୍ତ ପକ୍ଷପାତପୂର୍ଣ୍ଣ ବୋଲି କହିଥିଲେ ଏଥିପାଇଁ ରବିବାର ପୁଣି ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ଏବଂ ଏହାକୁ ସମାବେଶୀ ସମ୍ମିଳନୀ ବୋଲି କହିଛି ଆଫଗାନିସ୍ତାନ।

ତେବେ ସମାଲୋଚନାକୁ ନେଇ କଣ କହିଲା ଆଫଗାନିସ୍ତାନ ?

ବିବାଦ ବଢ଼ିବା ପରେ ରବିବାର ସାମ୍ବାଦିକ ସମ୍ମଳନୀ କରି ସ୍ପଷ୍ଟୀକରଣ ରଖିଛନ୍ତି ତାଲିବାନ ବୈଦେଶିକମନ୍ତ୍ରୀ ଅମୀର ଖାନ ମୁତ୍ତାକୀ। ଏହା ଜାଣିଶୁଣି କରାଯାଇ ନଥିଲା। ଏହା ଟେକ୍ନିକାଲ ସମସ୍ୟା ଥିଲା ବୋଲି ମୁତ୍ତାକୀ କହିଛନ୍ତି।

ରିପୋର୍ଟରକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସେଦିନର ସାମ୍ବାଦିକ ସମ୍ମିଳନୀ କଥା କହିଲେ, ଏହା ବହୁତ କମ ସମୟରେ କମ ସାମ୍ବାଦିକଙ୍କ ନେଇ କରାଯାଇଥିଲା ଉପସ୍ଥିତ ସାମ୍ବାଦିକ ତାଲାକା ଖୁବ୍ ନିର୍ଦ୍ଦିଷ୍ଟ ଥିଲା। ଏହା ଏକ ବୈଷୟିକ ସମସ୍ୟା ଥିଲା। ଆମର ସହକର୍ମୀମାନେ ସାମ୍ବାଦିକଙ୍କ ଏକ ନିର୍ଦ୍ଦିଷ୍ଟ ତାଲିକାକୁ ନିମନ୍ତ୍ରଣ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ ଏଥିରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା।

ମୁତ୍ତାକୀ ପୁଣିଥରେ ଦୋହରାଇଛନ୍ତି ଯେ ସମୟ ଆମ ପାଇଁ ବହୁତ କମ ଥିଲା। ତେଣୁ ଆମେ ଖୁବ୍ କମ୍ ସାମ୍ବାଦିକଙ୍କୁ ଡାକିଥିଲୁ। ପୁରୁଷ ହେଉ କି ମହିଳା, କାହାର ଅଧିକାର କେବେବି ଅସ୍ୱୀକାର କରାଯିବା ଉଚିତ୍ ନୁହେଁ ବୋଲି ମୁତ୍ତାକୀ କହିଛନ୍ତି।   

ଘଟଣାରେ ବିରୋଧୀ ଦଳ ଓ ମହିଳାକର୍ମୀମାନେ ସମୋଲୋଚନା କରିବା ପରେ ଭାରତ ସରକାର ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଥିଲେ। ତାଲିବାନୀ ନେତାଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା ବୋଲି କହିଥିଲେ।