LIVE TV

୩ ମାସ ପରେ ଶେଫାଲିଙ୍କ ମୃତ୍ୟୁର ଖୁଲାସା କଲେ ସ୍ଵାମୀ ପରାଗ, କହିଲେ-ପଲ୍ସ ଚାଲୁଥିଲା ହେଲେ…

NEWS7
Parag

ନୂଆଦିଲ୍ଲୀ ୨୬।୦୯; 'କାଟା ଲଗା' ଫେମ ଶେଫାଲି ଜରିୱାଲା । ଏହି ଗୀତ ପରେ ସେ ରାତାରାତି ପାଲଟି ଯାଇଥିଲେ ଷ୍ଟାର୍ । ବଲିଉଡ ଫିଲ୍ମ ଏବଂ ଛୋଟ ପରଦାର ଅନେକ ରିଆଲିଟି ଶୋ'ରେ ନଜର ଆସିଥିବା ଶେଫାଲି ଗତ ଜୁନ ୨୭ରେ ହୃଦଘାତରେ ପ୍ରାଣ ହରାଇଥିଲେ । ଶେଫାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା କିନ୍ତୁ ଏହା କୁହାଯାଇଥିଲା ଯେ ଶେଫାଲି ଖାଲି ପେଟରେ ଆଣ୍ଟି-ଏଜିଂ ମେଡିସିନ ସେବନ କରିଥିଲେ । ଆଣ୍ଟି-ଏଜିଂ ଔଷଧ ସେବନ ଶେଫାଲିଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଶେଫାଲିଙ୍କ ସ୍ୱାମୀ ପରାଗ ତ୍ୟାଗୀ ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଏହି ମାମଲାରେ ନିରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଦିନ ଶେଫାଲିଙ୍କୁ ହୃଦଘାତ ହୋଇଥିଲା, ସେହିଦିନ ସେ ଆଣ୍ଟି-ଏଜିଂ ଔଷଧ ଖାଇ ନଥିଲେ ।

ପରାଗ ତ୍ୟାଗୀ ୟୁଟ୍ୟୁବ ଚ୍ୟାନେଲ 'ଶେଫାଲି ପରାଗ ତ୍ୟାଗୀ'ରେ ଏହି କଥା କହିଥିଲେ । ସେ ଶେଫାଲି ଏବଂ ଆଣ୍ଟି-ଏଜିଂ ଔଷଧ ବିଷୟରେ କହିଛନ୍ତି ଯେ ‘‘ଶେଫାଲିଙ୍କୁ ମଲ୍ଟିଭିଟାମିନ୍ ନେବା ପସନ୍ଦ ନଥିଲା ଏବଂ ସେ ଭୁଲିଯାଉଥିଲେ, ସେଥିପାଇଁ ସେ IV ଡ୍ରିପ୍ ଭଳି ଏହାକୁ ମାସକୁ ଥରେ ନେଉଥିଲେ । ଏଥିରେ ମଲ୍ଟିଭିଟାମିନ୍, ଭିଟାମିନ୍ ସି, କୋଲାଜେନ୍ ଏବଂ ଗ୍ଲୁଟାଥାୟୋନ୍ ସାମିଲ ଥିଲା, ଯାହା ସବୁଠାରୁ ଭଲ ଆଣ୍ଟି-ଅକ୍ସିଡାଣ୍ଟ । ଏମିତି ନୁହେଁ ଯେ ଶେଫାଲି ସେହି ଦିନ ସାରା ଉପାସ ରହିଥିଲେ । ଶେଫାଲି ସେହିଦିନ ବ୍ରତ ରଖିଥିଲେ ଏବଂ ପୂଜା ପରେ ଖାଇ ସାରି ଶୋଇ ପଡ଼ିଥିଲେ । ମାତ୍ର ମିନିଟ୍ ମଧ୍ୟରେ ତାଙ୍କ କମ୍ପାଉଣ୍ଡର ତାଙ୍କୁ ଏକ ଫୋନ୍ କରିଥିଲେ ଯେ ଶେଫାଲି ଚେତାଶୂନ୍ୟ ହୋଇଯାଇଛନ୍ତି। ଏହା ପରେ, ସେ ତୁରନ୍ତ ସିମ୍ବାଙ୍କୁ ନେଇ ଘରକୁ ଚାଲି ଯାଇଥିଲେ। ସେ ଭାବିଲେ ଯେ ସେ ନିମ୍ନ ରକ୍ତଚାପ ଯୋଗୁଁ ଚେତାଶୂନ୍ୟ ହୋଇଯାଇଛନ୍ତି।

ପରାଗ କହିଛନ୍ତି, "ମୁଁ ତାଙ୍କୁ ଇଲେକ୍ଟ୍ରୋଲାଇଟ୍ ପାଣି ଦେବାକୁ ଚେଷ୍ଟା କଲି, ତା'ପରେ CPR, ଦେଲି ସେ ଟିକେ ନିଶ୍ୱାସ ନେବା ଆରମ୍ଭ କଲେ। ତା'ପରେ ଆମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲୁ। ମୁଁ ତାଙ୍କପ୍ରଥମେ ପଲ୍ସ ଯାଞ୍ଚ କରିଥିଲି। ପଲ୍ସ ଦୁଇଥର ଆସିଥିଲା, କିନ୍ତୁ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ହାର ମାନି ଯାଇଥିଲା। ମୁଁ ତାଙ୍କୁ ଉଠାଇବାକୁ ଚେଷ୍ଟା କଲି, କିନ୍ତୁ ତାହା ହୋଇପାରିଲା  ନାହିଁ। ସେ କହିଛନ୍ତି, "ଲୋକେ କେଉଁ ଆଣ୍ଟି-ଏଜିଂ ଔଷଧ ବିଷୟରେ କହୁଛନ୍ତି ? ସେ ନିଜ ବୟସ ଅନୁଯାୟୀ ଦେଖାଯାଉ ନଥିଲେ କାରଣ ସେଥିପାଇଁ ସେ ପରିଶ୍ରମ କରିଥିଲେ । ସେ ନିଜ ଡାଏଟକୁ ନିୟନ୍ତ୍ରଣରେ ରଖୁଥିଲେ,ଏହାର ଅର୍ଥ ନୁହେଁ ଯେ ସେ କିଛି ଖାଉ ନଥିଲେ । ସେ ନିଜକୁ କେବେ ଉପାସ ରଖି ନାହାନ୍ତି । ମୁଁ ଜାଣିନି ଏହି ବ୍ରତ ବିଷୟଟି କେଉଁଠୁ ଆସିଲା । ବୋଧହୁଏ କେହି ଏହା କହିଥିଲେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ପ୍ରଥମେ ସେମାନେ ସତ ଜାଣନ୍ତୁ ଏବଂ ତା'ପରେ କିଛି କୁହନ୍ତୁ ।