LIVE TV

ଦୀପାବଳିରେ ଦୁଇ ଗୁଣ ହେଲା ରାଘବ- ପରିଣୀତିଙ୍କ ଖୁସି, ଘରକୁ ଆସିଲା କୁନି ଅତିଥି

NEWS7
Parineeti Chopra, Raghav Chadha

ନୂଆଦିଲ୍ଲୀ: ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେଲେ। ରବିବାର ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ବାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।

ଏହା ସହ ରାଘବ ଏବଂ ପରିଣୀତି ପୋଷ୍ଟରେ ଲେଖିଛନ୍ତି ‘‘ଶେଷରେ ଆମ ପୁଅ ଆସିଛି। ଆମକୁ ସତରେ ମନେ ନାହିଁ ଯେ, ସେ ଆସିବା ପୂର୍ବରୁ ଆମ ଜୀବନ କିଭଳି ଥିଲା। ଆମ ବାହୁ ଆଜି ଆମ ସନ୍ତାନକୁ ଧରି ପରିପୂର୍ଣ୍ଣ ଏବଂ ଆମ ହୃଦୟ ପୂର୍ବାପେକ୍ଷା ଆହୁରି ଅଧିକ ଖୁସି। ପୂର୍ବରୁ ଆମେ ପରସ୍ପର ପାଇଁ ସାହାରା ଥିଲୁ, ଏବେ ଆମ ପାଖରେ ସବୁକିଛି ଅଛି। ଏହି ଖୁସି ପାଇଁ ଆମେ ଗଭୀର କୃତଜ୍ଞ।’’ ଉଭୟଙ୍କ ପୋଷ୍ଟରେ ଅନେକ ବଲିଉଡ୍ ଷ୍ଟାର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ଏହା ପୂର୍ବରୁ ରବିବାର ପରିଣୀତିଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ପରିଣୀତି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଖବର ଆସିଛି। ଏହି ଖବର ଜାଣିବା ପରେ ଉଭୟଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ରାଘବ-ପରିଣୀତି ୨୦୨୩ ମେ ୧୩ ତାରିଖରେ ନିର୍ବନ୍ଧ କରିଥିଲେ। ଆଉ ସେହି ବର୍ଷ ସେପ୍ଟେମ୍ବର ୨୪ରେ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ବିବାହ ହୋଇଥିଲା। ପରିଣୀତି ଚଳିତ ବର୍ଷ ଅଗଷ୍ଟ ୨୫ରେ, ମାଆ ହେବାକୁ ଯାଉଥିବା କଥା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ।