News7 Logo

ମେଟାଲ ଖଣିରେ ପଥର ବ୍ଲାଷ୍ଟିଂ ବେଳେ ଅଘଟଣ : ବିସ୍ଫୋରକ ଖଞ୍ଜୁଥିବା ମେକାନିକ ମୃତ

NEWS7
Dhenkanal

ଢେଙ୍କାନାଳ ୭୯: କଳା ମୁଗୁନି ପଥର ଖଣିରେ ପଥର ବ୍ଲାଷ୍ଟିଂ କରୁଥିବା ବେଳେ ଅଘଟଣ । ଏହି ବିସ୍ଫୋରଣରେ ଖୋଦ ବିସ୍ଫୋରକ ଖଞ୍ଜୁଥିବା ଜଣେ ମେକାନିକର ମୃତ୍ୟୁ ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ କାଶୀପୁର ରୋଡ଼ ମେଟାଲ ଖଣି ନିକଟରେ ଏହି ବିସ୍ଫୋରଣ ହୋଇଛି ମୃତକ ଜଣଙ୍କ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ବାଲି କିଆରୀ ଗ୍ରାମର ଜିତୁ ତରାଇ ବୋଲି ଜଣାପଡିଛି

ରବିବାର ସକାଳ ପ୍ରାୟ ୭ଟା ସମୟରେ ଖଣି ପାଖରେ ଥିବା ପାହାଡ଼ରେ ପଥର ଡ୍ରିଲ୍ କରି ବିସ୍ଫୋରକ ଖଞ୍ଜୁଥିଲେ ଜିତୁ । ତେବେ ଅସାବଧାନତା ବଶତଃ ଅଚାନକ ବିସ୍ଫୋରଣ ଘଟିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ପ୍ରକାଶ କରିଛନ୍ତି । ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ ଶ୍ରମିକ ମାନେ ଜିତୁ ତରାଇଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରୁଥିବା ଜଣାପଡିଛି ଏହି ଘଟଣା ପରେ ସେପଟେ ଏହି ବେଆଇନ ବିସ୍ଫୋରଣ କରୁଥିବା ଖଣି ମାଲିକ ଫେରାର ହୋଇଯାଇଛନ୍ତି ନିହଲ ପ୍ରସାଦ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି