LIVE TV

ଆରମ୍ଭ ହେଲା ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟସଆପ୍ ବଟ୍, ପ୍ରଥମ ପର୍ଯ୍ୟାୟରେ ୧୩୨ ସେବା ପାଇଁ କରିହେବ ଆବେଦନ

NEWS7
Aam Sathi

ଭୁବନେଶ୍ବର ୨୬।୯: ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍ ଜରିଆରେ ମିଳିପାରିବ । ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ୍ ବଟ୍ । ୯୪୩୭୨୯୨୦୦୦ ହ୍ୱାଟସଆପ୍ ନମ୍ବରରେ ଆବେଦନ କରି ପାରିବେ । ଆବେଦନ ଠୁ ସାର୍ଟିଫିକେଟ ଏହି ନମ୍ୱର ଜରିଆରେ ପାଇପାରିବେ ।

ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ଟି ସେବା ପାଇଁ ଆବେଦନ କରିହେବ । ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସେବା ଗୁଡ଼ିକୁ ସାମିଲ କରାଯିବ । ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍‌ସଆପ୍ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍‌ସଆପ୍ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ଓଡ଼ିଆ ବା ଇଂରାଜୀ ଲେଖି ଜାଣିନଥିବା ଲୋକମାନେ ଭାରତ ସରକାରଙ୍କ 'ଭାଷିନୀ ପ୍ଲାଟଫର୍ମ' ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି ।