LIVE TV
LIVE TV

Soyuz Launch: ସୋୟୁଜ ରକେଟରୁ ନାସା ଓ ରୁଷ ମହାକାଶ ଯାତ୍ରୀଙ୍କ ସଫଳ ଲଞ୍ଚିଂ, ISSରେ ରହିବେ ୮ ମାସ

NEWS7
8-indian-legendary-cricketers-who-did-not-get-farewell-

ନୂଆଦିଲ୍ଲୀ: ମହାକାଶରେ ନୂତନ ଗବେଷଣା ପାଇଁ ଆମେରିକା ଓ ରୁଷର ସଂଯୁକ୍ତ ଟିମ୍ ଗୁରୁବାର ଅନ୍ତର୍ଜାତୀୟ ମହାକାଶ ସ୍ପେଷ୍ଟନ (ଆଇଏସଏସ) ପାଇଁ ସଫଳତାର ସହ ଯାତ୍ରା କରିଛନ୍ତି । ନାସାର ମହାକାଶ ଯାତ୍ରୀ କ୍ରିସ୍ ୱିଲିୟମ୍ସ ଓ ରୁଷର ଦୁଇ ଅନୁଭବୀ କାସ୍ମୋନଟ୍ ସେର୍ଗେଇ ମିକାୟେଭ ଓ ସେର୍ଗେଇ କୁଦ-ସ୍ୱେର୍ଚକୋଭ କଜାଖସ୍ତାନର ବେକୋନୁର କସ୍ମୋଡ୍ରୋମରୁ ସୋୟୁଜ ରକେଟ୍‌ରେ ଉଡାଣ ଭରିଛି ।

ଉଡାଣ ଭରିବା ପରେ ସୋୟୁଜ ଏମ୍‌ଏସ୍-୨୮ ନିର୍ଦ୍ଧାରିତ ମାର୍ଗରେ ଆଗକୁ ବଢୁଥିବା ମିଶନ କଣ୍ଟ୍ରୋଲ୍ ଘୋଷଣା କରିଥିଲେ । ତିନି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି । ଏହି ଉତ୍‌କ୍ଷେପଣ ଏପରି ସମୟରେ ହୋଇଛି, ଯେତେବେଳେ ବୈଶ୍ୱିକ ଉତ୍ତେଜନା ମଧ୍ୟରେ ଆମେରିକା ଓ ରୁଷ ବୈଜ୍ଞାନିକ ସହଯୋଗକୁ ଜାରି ରଖିଛନ୍ତି । ଟିମ୍ ପ୍ରାୟ ୮ ମାସ ଆଇଏସଏସରେ ବିତାଇବେ । ସେଠାରେ ଗବେଷଣା, ମାଇକ୍ରୋଗ୍ରାଭିଟି ଅନୁସନ୍ଧାନ ଓ ଷ୍ଟେସନର ରକ୍ଷଣବେକ୍ଷଣ ସହ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ମିଶନର ଉଦ୍ଦେଶ୍ୟ ପୃଥିବୀର ବାତାବରଣ, ଜୈବିକ ପ୍ରକ୍ରିୟା ଓ ଦୀର୍ଘକାଳୀନ ମାନବ ମହାକାଶ ଯାତ୍ରାର ପ୍ରଭାବର ଅଧ୍ୟୟନ ଜାରି ରଖିବା ।

ସୋୟୁଜ ଏମ୍‌ଏସ୍-୨୮ର ଷ୍ଟେସନରୁ ଡକିଂ ସମୟ ଲଞ୍ଚିଂର ପ୍ରାୟ ତିନି ଘଣ୍ଟା ପରେ ସ୍ଥିର କରାଯାଇଛି । ଏହାକୁ ଏକ ବଡ଼ ଉପଲବ୍ଧ ଭାବେ ଦେଖାଯାଉଛି । ଆଇଏସ୍‌ଏସ୍ ଯାଏଁ ଯାତ୍ରା ଅବଧିକୁ କମ କରିବା ଲାଗି ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି । ଏହି ସଫଳ ଲଞ୍ଚିଂ ଅନ୍ତର୍ଜାତୀୟ ସ୍ତରରେ ମହାକାଶ ବିଜ୍ଞାନର ସହଯୋଗ ଭୂ-ରାଜନୀତିକ ଆହ୍ୱାନ ଉପରେ ବୋଲି ପ୍ରମାଣିତ କରିଛି ।

ରୁଷର ସୋୟୁଜ ମହାକାଶ କାର୍ଯ୍ୟକ୍ରମ ଦୁନିଆର ସବୁଠୁ ବିଶ୍ୱାସଯୋଗ୍ୟ ମହାକାଶ ଉଡାଣ ପ୍ରଣାଳୀରେ ଗଣତି କରାଯାଏ । ଏଥିରେ ଯାତ୍ରା କରିଥିବା ରୁଷ ସଦସ୍ୟଙ୍କୁ କସ୍ମୋନଟ୍ ଓ ଆମେରିକା, ୟୁରୋପ, କାନାଡା ଏବଂ ଜାପାନର ସଦସ୍ୟଙ୍କୁ ମହାକାଶ ଯାତ୍ରୀ କୁହାଯାଏ । ସୋୟୁଜର ମୁଖ୍ୟତଃ ଆଇଏସ୍‌ଏସ୍ କସ୍ମୋନଟ୍ ଓ ମହାକାଶ ଯାତ୍ରୀଙ୍କୁ ନେବା ଓ ଆଣିବାରେ ବ୍ୟବହାର କରାଯାଇଥାଏ ।

ଏହି ଯାନରେ ତିନି ଜଣଙ୍କ ବସିବା କ୍ଷମତା ରହିଥାଏ । ଏହି କାରଣରୁ କେବଳ ତିନି ମହାକାଶ ଯାତ୍ରୀ ହିଁ ମିଶନକୁ ଯାଇପାରିବେ । ଯାତ୍ରୀଙ୍କ ସହ ଏହା ଖାଦ୍ୟ, ପାଣି ଓ ଅନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ଷ୍ଟେସନକୁ ନେଇପାରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆଇଏସ୍‌ଏସ୍ ସହ ଅତି କମରେ ଗୋଟିଏ ସୋୟୁଜ ସବୁବେଳେ ଜଡ଼ିତ ରହିଥାଏ, ଫଳରେ ଜରୁରୀ ସ୍ଥିତିରେ ଏହି ଲାଇଫ୍‌ବୋଟ୍ ପରି କାମ କରିପାରିବ ଓ ପୂରା ଟିମ୍‌କୁ ସୁରକ୍ଷିତ ପୃଥିବୀକୁ ଫେରାଇ ଅଣାଯାଇ ପାରିବ ।

ସୋୟୁଜ ଦୁଇଟି ପ୍ରମୁଖ ଅଂଶ ସୋୟୁଜ କ୍ୟାପସୁଲ ଓ ସୋୟୁଜ ରକେଟ୍‌କୁ ନେଇ ଗଠିତ । କ୍ୟାପସୁଲ୍ ରକେଟ୍‌ର ଶୀର୍ଷ ହୋଇଥାଏ ଓ ଏହା ଆପେଆପେ ତିନି ମଡ୍ୟୁଲରେ ବିଭାଜିତ ହୋଇଥାଏ । ପ୍ରଥମ ମଡ୍ୟୁଲ ହେଉଛି ଅର୍ବିଟଲ୍ ମଡ୍ୟୁଲ୍, ଯାହା ଏକ ବଡ଼ ବିମାନ ଭ୍ୟାନ ଆକାରର ହୋଇଥାଏ ଏବଂ କକ୍ଷରେ ରହିବା ସମୟରେ କ୍ରିୟୁର ରହିବା ସ୍ଥାନ କରିଥାଏ । ଏହା ଷ୍ଟେସନ ସହ ଯୋଡ଼ି ହେବାର କ୍ଷମତା ମଧ୍ୟ ରଖିଥାଏ ।