ରାଜଧାନୀରୁ ୭୫ ଲକ୍ଷ ଟଙ୍କା ଜବତ, ବିମାନବନ୍ଦରରେ ଲଗେଜ୍‌ ସ୍କାନିଂ ବେଳେ ମିଳିଲା

Published By : Prameya-News7 Bureau | April 30, 2024 IST

ଭୁବନେଶ୍ୱର ୩୦।୪ : ନିର୍ବାଚନ ପୂର୍ବରୁ ରାଜଧାନୀରୁ ବିପୁଳ ଟଙ୍କା ଜବତ । ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା ଜବତ ପରେ ତଦନ୍ତ କରୁଛି ଆୟକର ବିଭାଗ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଏହି ଟଙ୍କା ଜବତ ହୋଇଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱରରୁ ଆସୁଥିଲେ । ସାଙ୍ଗରେ ଥିବା ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି ହୋଇଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ୍ ସ୍କାନିଂ ବେଳେ ବ୍ୟାଗ୍‌ରେ ଟଙ୍କା ଥିବା ଜଣାପଡିଥିଲା । ଯାହାକୁ ସିଜ୍ କରିଛି ଆୟକର ବିଭାଗ । 

ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କଣ ପାଇଁ ଆସିଥିଲା । ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି । ତେବେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.