LIVE TV

ଆତ୍ମସମର୍ପଣ କଲେ ୭୧ ମାଓବାଦୀ, ମୁଣ୍ଡ ଉପରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର

NEWS7
Maoist

ମାଲକାନଗିରି ୨୪।୯: ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୭୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୦ ଜଣ ହାର୍ଡକୋର ନକ୍ସଲ ରହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ରହିଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର । ଛତିଶଗଡ ସରକାରଙ୍କ ପୁନର୍ବାସ ନୀତିରେ ଆକର୍ଷିତ ହୋଇ ୭୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଦନ୍ତେୱାଡା ଏସ୍‌ପି ଗୌରବ ରାୟ କହିଛନ୍ତି । ଏମାନଙ୍କ ମଧ୍ୟରେ ୫୦ ଜଣ ପୁରୁଷ ମାଓବାଦୀ ରହିଥିବା ବେଳେ ୨୧ ଜଣ ମହିଳା ମାଓବାଦୀ ରହିଛନ୍ତି । ଏମାନେ ସମସ୍ତେ ବିଜାପୁର ଓ ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ଦୀର୍ଘବର୍ଷ ଧରି ମାଓ ସଂଗଠନରେ ରହିବା ସହ ଅନେକ ହିଂସାକାଣ୍ଡ କରିଛନ୍ତି । ତେବେ ଆତ୍ମସମର୍ପଣ ପରେ ଏହି ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସହ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବୋଲି ଏସ୍‌ପି କହିଛନ୍ତି । ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ହିଂସାର ରାସ୍ତା ଛାଡି ଆତ୍ମସମର୍ପଣ କରିବା ଲାଗି ଆହ୍ଵାନ ଦେଇଛନ୍ତି ଦନ୍ତେୱାଡା ଏସ୍‌ପି ।