ଖୋଲିବ ୭ ନର୍ସିଂ କଲେଜ; ୧୪ରେ ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରତି କଲେଜ ପାଇଁ ୧୦ କୋଟି

Published By : Prameya-News7 Bureau | December 13, 2024 IST

ଭୁବନେଶ୍ୱର,୧୩/୧୨: ରାଜ୍ୟରେ ଖୋଲିବ ୭ ନର୍ସିଂ କଲେଜ । କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ୱର, ଯାଜପୁର, ଅନୁଗୁଳ ଓ ମୟୂରଭଞ୍ଜରେ କଲେଜ ଖୋଲିବ । ଆସନ୍ତା ୧୪ ତାରିଖରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ସରକାରୀ ନର୍ସିଂ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇବେ ବହୁ ଛାତ୍ରଛାତ୍ରୀ । ନର୍ସିଂଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବ । ୭ ନର୍ସିଂ  କଲେଜରୁ ପ୍ରତିବର୍ଷ ୪୨୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ । କଲେଜ ଖୋଲିବା ଫଳରେ  ରାଜ୍ୟରେ ନର୍ସିଂ କ୍ଷେତ୍ରରେ ଉନ୍ନତି ଆସିବ । ଏହା ସହିତ ରୋଗୀ ଉନ୍ନତ ସ୍ବାସ୍ଥ୍ୟସେବା ମିଳିପାରିବ । ପ୍ରତ୍ୟେକ କଲେଜ ପାଇଁ ୧୦ କୋଟି ଲେଖାଏଁ ବ୍ୟୟବରାଦ ହୋଇଛି । ମୋଟ୍ ୭୦ କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଏହି ୭୦ କୋଟି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଓ ରାଜ୍ୟ  ସରକାରଙ୍କ ଅଂଶ ୪୦ ପ୍ରତିଶତ ରହିବ । ଏସବୁ ନର୍ସିଂ କଲେଜ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ପରିସରରେ ସ୍ଥାପନ କରାଯିବ । 

ସୂଚନାଯୋଗ୍ୟଯେ, ରାଜ୍ୟରେ୨୧ଟି ସରକାରୀ ଅଗ୍‌ଜିଲାରୀ ନର୍ସ ଆଣ୍ଡ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) ଏବଂ ୮ଟି ନର୍ସିଂ କଲେଜ ରହିଛି । ଏହି ୮ ନର୍ସିଂ କଲେଜ ମଧ୍ୟରୁ ୩ ମେଡିକାଲ କଲେଜରେ ନର୍ସିଂ କଲେଜ ମିଶିକରି ରହିଛି । ଏସ୍‌ସିବି ନର୍ସିଂ କଲେଜ, ଏମ୍‌କେସିଜି ନର୍ସିଂ କଲେଜ,  ଭୀମସାର ନର୍ସିଂ  କଲେଜ ମେଡିକାଲ କଲେଜ ସହ ମିଶି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.