News7 Logo

ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତ୍ତି ହୋଇସାରିଛି, ଏହାର ସୁଫଳ ପାଇବେ ଛାତ୍ରଛାତ୍ରୀ

NEWS7
CHSE

ଭୁବନେଶ୍ବର ୭୯: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଧନ୍ଦାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ଡିଜିଟାଲ ଏଜୁକେଶନକୁ ଗୁରୁତ୍ଵ ଦେଇଛନ୍ତି ମନ୍ତ୍ରୀ । ଏହି ଶିକ୍ଷାକୁ ହାସଲ କରି ନିଜ ଗୋଡ଼ରେ ନିଜେ ଠିଆ ହେବେ ଯୁବକ-ଯୁବତୀ ତେଣୁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି

ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବାକୁ ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ । ୪୩ ବର୍ଷ ଧରି ଯୁକ୍ତ ଦୁଇ ପରୀକ୍ଷା ସଠିକ୍ ଭାବେ ପରିଚାଳନା କରିଥିବାରୁ ପରିଷଦକୁ ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତ୍ତି ହୋଇସାରିଛି । ସବୁ ଛାତ୍ରଛାତ୍ରୀ ଏହାର ସୁଫଳ ପାଇବେ ।

ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଚଳିତ ବର୍ଷ ପରିବେଶ ସନ୍ତୁଳନତା, ସୁରକ୍ଷା ବିଷୟକୁ ବାଧ୍ୟତାମୂଳକ କରାଯାଇଛି । ଏହାଛଡା ୭ଟି ଧନ୍ଦାମୂଳକ ବିଷୟକୁ କରିକୁଲରେ ରଖାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ କହିଛନ୍ତି

ହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୁରସ୍କାର ପ୍ରଦାନ କରିଥିଲେ