ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା : ଚତୁର୍ଥ ପର୍ଯ୍ୟାୟରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ

Published By : Prameya-News7 Bureau | July 16, 2025 IST

ପୁରୀ ୧୬।୭: ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ୩ ଜଣଙ୍କ ମୃତ୍ୟୁ ପରେ ଏହାକୁ ନେଇ ତଦନ୍ତ ଜାରି ରହିଛି । ଦଳାଚକଟା ଘଟଣାରେ ପୁରୀ ସର୍କିଟ ହାଉସ ଠାରେ ଚତୁର୍ଥ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନିକଟରେ ବୁଧବାର ୪୨ ଜଣ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ଏବଂ ଦଳାଚକଟା ଦିନ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସେପଟେ ମଙ୍ଗଳବାର ଜିଲ୍ଲା ପ୍ରଶାସନର ୪୦ ଜଣ ସରକାରୀ କର୍ମଚାରୀଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ପୂର୍ବରୁ ପୁରୀରେ ୪୮ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାକ୍ଷ୍ୟ ପ୍ରଦାନ କରିଥିଲେ । ସେହିପରି ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଠାରେ ୧୭ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତେବେ ଆଗକୁ ଏହି ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି । 

You Can Read:

ଗଣିତ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ, ଠିକ୍‌ରେ କ୍ଲାସ୍ କରୁନଥିବା ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.