କାର୍ଯ୍ୟକ୍ରମ ଆରମ୍ଭରେ ହେଲା ବିଳମ୍ବ, ରାଗିକି କାର୍ଯ୍ୟକ୍ରମ ଅଧାରୁ ଫେରିଗଲେ ବିଧାୟକ

NEWS7
4-year-girl-corona-in-bbsr

ଜଗତସିଂହପୁର: କାର୍ଯ୍ୟକ୍ରମ ଆରମ୍ଭ ହେବାରେ ହେଲା ବିଳମ୍ବ। ରାଗିକି କାର୍ଯ୍ୟକ୍ରମରୁ ଫେରିଗଲେ ବିଧାୟକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ।

ସୂଚନା ଅନୁସାରେ, ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଘାଟନୀ ସଭାକାର୍ଯ୍ୟକୁ ଶିଳ୍ପମନ୍ତ୍ରୀଙ୍କ ସମେତ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ଏହିକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବାକୁ ପହଞ୍ଚିଥିଲେ।

ତେବେ ଉଦଘାଟନ ସମୟ ଦିନ ୧୧ଟା ରଖାଯାଇଥିବା ବେଳେ, ବିଧାୟକ ତା’ ପୂର୍ବରୁ ଆସି ପହଞ୍ଚିଥିଲେ। କିନ୍ତୁ ପ୍ରାୟ ୪୦ ମିନିଟ ଅପେକ୍ଷା କରିବା ପରେ ମଧ୍ୟ ଅନ୍ୟ ଅତିଥି କେହି ପହଁଞ୍ଚିନଥିବାରୁ ସଭାକାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା।

ଏମିତିରେ ବିଳମ୍ବ ଯୋଗୁ ଆୟୋଜକଙ୍କ ଉପରେ ବିରକ୍ତ ହୋଇ ଫେରିଯାଇଥିଲେ ବିଧାୟକ ଅମରେନ୍ଦ୍ର ଦାସ। ପରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ କେବଳ ପହଞ୍ଚି ଥିଲେ ମଧ୍ୟ ଅନ୍ୟ ସମସ୍ତ ଅତିଥି ଅନୁପସ୍ଥିତ ରହିଥିଲେ । ସେପଟେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ କହିଛନ୍ତି, ସବୁ ଅତିଥି ଆସି ନଥିବାରୁ ସଭାକାର୍ଯ୍ୟ ବିଳମ୍ବ ହୋଇଥିଲା।