‘ଶ୍ରୀ ଜଗନ୍ନାଥ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦଘାଟନ

NEWS7
4-days-special-drive-in-ganjam-district

ନବରଙ୍ଗପୁର ୧୩।୨: ଶ୍ରୀ ଜଗନ୍ନାଥ ଦର୍ଶନ ଏକ ଯୋଜନା ନୁହେଁ ଏହା ଏକ ସେବା । "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ର ଶୁଭାରମ୍ଭ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦିନିକିଆ ନବରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ମେଡିକାଲ କଲେକର ଶିଳାନ୍ୟାସ କରିବା ସହିତ ରାଜ୍ୟ ସରକାରଙ୍କ  "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ର ଶୁଭାରମ୍ଭ କରିଥିଲେ । ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ   ଲୋକଙ୍କୁ ପୁରୀକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ସତ୍ତ୍ୱେ ନିଜ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଥିବା ବେଳେ ତାହାକୁ ହୃଦବୋଧ କରି ଆର୍ଥିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ (୬୦ରୁ ୭୫ ବର୍ଷ ବୟସ) ଓ  ୭୫ ବର୍ଷ ବୟସ ମଧ୍ୟରେ ସମସ୍ତ ବିଧବା ମହିଳାଙ୍କୁ ମାଗଣାରେ ପୁରୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ।  ଶ୍ରବଣ କୁମାର ନିଜ ପିତା ମାତାଙ୍କ ପ୍ରତି ସମ୍ମାନ ଥିଲା ଯାହା ସରକାରଙ୍କ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ହିର୍ଲି ସ୍ଥିତ ନୂତନ ମଣ୍ଡେଇ ପଡିଆ ଠାରେ ଆୟୋଜିତ ସଭାରେ ସରକାରଙ୍କ ନୂଆ ଯୋଜନା "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ର ଶୁଭାରମ୍ଭ କରିବା ସହିତ ପଡ଼ାଲଗୁଡା ମୌଜା ସ୍ଥିତ ୫୦ ଏକର ୫୪ ଡିସିମିଲ ଜମିରେ ନିର୍ମାଣ ହେବାକୁ ଥିବା ନୂତନ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମେଡିକାଲ କଲେଜରେ ୧୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ । ଏତଦ୍ ବ୍ୟତୀତ ଜିଲ୍ଲାରେ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିଭାଗୀୟ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଥିଲେ । ରାଜ୍ୟ ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଭକ୍ତ ମାନଙ୍କର ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥାର ସମସ୍ତ ଖର୍ଚ୍ଚ ବହନ କରିବେ । ଜିଲ୍ଲାରେ ୪ଟି ବସ୍ ଯୋଗେ ୧୪୮ ତୀର୍ଥଯାତ୍ରୀ ଏବଂ ୧୨ ଜଣ ନୋଡାଲ ଅଧିକାରୀ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହି ଯୋଜନା ନବରଙ୍ଗପୁର ବ୍ୟତୀତ ଭଦ୍ରକ, ବାରିପଦା, ସମ୍ବଲପୁର ଓ ବ୍ରହ୍ମପୁରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ପୂର୍ବରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ପୋଡ଼ଶୀ ଆନ୍ଧ୍ରପ୍ରଦେଶ କିମ୍ବା ରାୟପୁର କିମ୍ବା ଭୁବନେଶ୍ୱର ଉପରେ ଭରସା କରିବାକୁ ପଡୁଥିଲା ।  କିନ୍ତୁ ବର୍ତ୍ତମାନ ମେଡିକାଲ କଲେଜ ଦ୍ୱାରା ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ଏବଂ ମୃତ୍ୟୁମୁଖରେ ପଡିବେ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ମେଡିକାଲ କଲେଜ ସ୍ଥାନୀୟ ଅଞ୍ଚଳର ଜୀବନ ଶୈଳୀରେ ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲେ । ଏହାସହ  ଭାରତ ମାଳା ପ୍ରକଳ୍ପ ଓ ବାଇପାସ ରାସ୍ତା ଦ୍ୱାରା ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରିବ ବୋଲି କହିଥିଲେ ।

​​​​​​​

ଏହାସହ ଜିଲ୍ଲାରେ ୪୪୬ କୋଟି ଟଙ୍କାର ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଥିଲେ । ଜନଜାତି ଓ ମହିଳା ସମୃଦ୍ଧ ହେଲେ ହିଁ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ । ୧୭୭ଟି ପ୍ରକଳ୍ପର ଶିଳାନ୍ୟାଶ ଓ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ନବରଙ୍ଗପୁର ବିଧାୟକ ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ମାନସ ମାଡକାମୀ ଉପସ୍ଥିତ ଥିଲେ  ।