LIVE TV

ଉଜାଗର ହେଲା ଇଜିପ୍ଟର ସବୁଠୁ ବଡ଼ ରହସ୍ୟ, କର୍ଣ୍ଣାକ ମନ୍ଦିର ତଳୁ ମିଳିଲା ୩୦୦୦ ବର୍ଷ ପ୍ରାଚୀନ ଦ୍ୱୀପ

NEWS7
Karnak Temple

କାଇରୋ ୧୦।୧୦: ଇଜିପ୍ଟର ନାମ ମନକୁ ଆସିଲେ ଆଖି ଆଗରେ ଭାସି ଆସେ ପିରାମିଡ, ସ୍ପିଙ୍କସ୍ ଓ ନିଳ ନଦୀ। ହେଲେ ଲକ୍ସର ନିକଟରେ ଥିବା କର୍ଣ୍ଣାକ ମନ୍ଦିର ପରିସର ଏବେ ପୁଣି ଚର୍ଚ୍ଚାରେ। ତା ପାଦତଳେ ଲୁଚାଇ ରଖିଥିବା ରହସ୍ୟ ଯାହା ଇଜିପ୍ଟର ଧାର୍ମିକ ବିଚାର ଓ ସ୍ଥାପତ୍ୟକଳା ଉଭୟକୁ କେବେ ରୂପ ଦେଇଥିଲା ତାହା ଉଜାଗର କରିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହି ବିଶାଳ ମନ୍ଦିର କୌଣସି ସାଧାରଣ ଜମି ଉପରେ ନାହିଁ ବରଂ ନୀଳ ନଦୀର ଏକ ପ୍ରାଚୀନ ଦ୍ୱୀପ ଉପରେ ଛିଡା ହୋଇଥିଲା ଓ ଏହି ଠାରୁହିଁ ଇଜିପ୍ଟର ଧାର୍ମିକ ବିଚାର ଆପେ ଆପେ ବୁଝି ହୋଇ ଯାଉଛି। 

ଅକ୍ଟୋବର ୨୦୨୫ରେ ‘ଆଣ୍ଟିକ୍ୱିଟି’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଭୂ-ପ୍ରତ୍ନତାତ୍ୱିକ ଅଧ୍ୟୟନରେ କର୍ଣ୍ଣକ ମନ୍ଦିର ନିଅଁ ସହିତ ସମ୍ପୃକ୍ତ ଏକ ବଡ଼ ରହସ୍ୟ ଉଜାଗର ହୋଇଛି। ସ୍ୱିଡେନର ଉପସାଲା ବିଶ୍ୱବିଦ୍ୟାଳୟର ଡ. ଏଙ୍ଗସ ଗ୍ରାହାମ ଓ ବ୍ରିଟେନ ସାଉଥେମ୍ପଟନ ବିଶ୍ୱବିଦ୍ୟାଳୟର ଡ. ବେନ ପିନିଙ୍ଗଟନଙ୍କ ନେତୃତ୍ୱରେ କାରଯାଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ ମନ୍ଦିର ବାସ୍ତବରେ ଏକ ପ୍ରକୃତିକ ଦ୍ୱୀପ ଉପରେ ନିର୍ମିତ ହୋଇଥିଲା, ଯାହା ପ୍ରାୟ ୩୦୦୦ ବର୍ଷ ପୂର୍ବେ ନିଳ ନଦୀର ଧାରା ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଥିଲା।

ଟିମ୍ ମନ୍ଦିର ଅଞ୍ଚଳରୁ ଶହଶହ ମାଟି ବାସନ ବାହାର କରିଥିଲେ ସେ ସବୁର ଅଧ୍ୟୟନରୁ ଖ୍ରୀଷ୍ଟପୂର୍ବ ୨୫୨୦ନିଳ ନଦୀର ପୁରୁଣା ଧାରାରେ ପରିବର୍ତ୍ତନ ଯୋଗୁ ଏକ ଉଚ୍ଚା ଦ୍ୱୀପ ସୃଷ୍ଟି ହୋଇଥିଲା,  ଯାହା ପରବର୍ତ୍ତିକାଳରେ କର୍ଣ୍ଣାକ ମନ୍ଦିରର ଆଧାର ହୋଇଥିଲା। ଏଥିରୁ କର୍ଣ୍ଣାକ ମନ୍ଦିର ସ୍ଥାପନା କାଳର ସୂଚନା ମଧ୍ୟ ମିଳୁଛି। ଏହା ନବ ସାମ୍ରାଜ୍ୟ କାଳ ନୁହେଁ ବରଂ ପ୍ରାଚୀନ ସାମ୍ରାଜ୍ୟ କାଳ (୨୫୯୧-୨୧୫୨) ସମୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଉଛି। କର୍ଣ୍ଣାକର ଏହି ରହସ୍ୟ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଇଜିପ୍ଟରେ ଗୋଟିଏ ପରେ ଗୋଟିଏ ନୂଆ ପ୍ରତ୍ନତାତ୍ୱିକ ଅନୁସନ୍ଧାନ ଚାଲିଛି।

ଡ୍ର ଆବୁ ଅଲ-ନାଗା ନିକଟରେ ନିକଟରେ ୩ ହଜାର ବର୍ଷ ପୁରୁଣା ୩ଟି କବର ମିଳିଛି, ଯାହା ଇଜିପ୍ଟର ପ୍ରାଚୀନ ସାମ୍ରାଜ୍ୟ କାଳ ସହିତ ଜଡିତ। ସେହିପରି ତୋପୋସିରିସ ମେଗ୍ନାରେ ମିଳିଥିବା ଭୂତଳ ସୁଡ଼ଙ୍ଗ ପୁଣି ଥରେ କ୍ଲିୟୋପାଟ୍ରାଙ୍କ ଶେଷ ବିଶ୍ରାମ ସ୍ଥଳ ସନ୍ଧାନରେ ନୂଆ ଜୀବନ ସଞ୍ଚାର କରିଛି। ଇଜିପ୍ଟର ଜଳମଗ୍ନ ବନ୍ଦର ଖନନରୁ ତାର ସାମୁଦ୍ରିକ ଓ ତତ୍କାଳୀନ ଅନ୍ତ୍ୟେଷ୍ଟି ପରମ୍ପରା ଉପରେ ନୂଆ ଆଲୋକପାତ କରିଛି। ଏହି ଅଧ୍ୟୟନ ଇଜିପ୍ଟର ବିଜ୍ଞାନ ପାଇଁ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏଥିରୁ କର୍ଣ୍ଣକ ଏକ ସ୍ଥାପତ୍ୟ ଚମତ୍କାର ନୁହେଁ ବରଂ ଇଜିପ୍ଟର ସେହି ସମ୍ପର୍କର ପ୍ରତୀକ ପାଲଟିଛି ଯାହା ନିଳ ନଦୀ ଓ ବ୍ରାହ୍ମାଣ୍ଡ ସୃଷ୍ଟିକୁ ଯୋଡୁଛି।