ପୋଖରୀରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ, ପୁଅକୁ ମା’ ମାରି ଦେଇଥିବା ଅଭିଯୋଗ କଲେ ବାପା

Published By : Prameya-News7 Bureau | August 15, 2024 IST

ଜଳେଶ୍ବର ୧୫: ପୋଖରୀରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ । ପୁଅକୁ ମା’ ମାରି ଦେଇଥିବା ନେଇ କଲେ ଅଭିଯୋଗ ବାପା । ପୋଲିସର ତଦନ୍ତ ଜାରି । 

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଆମ୍ବିଳିଅଠା ଗ୍ରାମର ସୁଜୟ କୁମାର ପରିଡା ରାଜପୁର ଗ୍ରାମର ଝିଲିକୁ ବିବାହ କରିଥିଲେ । ବିବାହ ପର ଠାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଝିଲି ନିଜର ୩ ବର୍ଷର ପୁଅକୁ ନେଇ ବାପ ଘରେ ରହି ଆସୁଥିଲେ । ଗୁରୁବାର ଅପରାହ୍ନ ସମୟରେ ଶିଶୁଟି ପୋଖରୀରେ ବୁଡ଼ି ଯାଇଥିବା ନେଇ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସୁଥିଲା ବେଳେ ଡାକ୍ତର   ଶିଶୁଟିକୁ ମୃତ ଘୋଷଣା କରିଥିଲେ । ମାତ୍ର ବାପା ସୁଜୟ ମା’ ଝିଲି ଏବଂ ତାଙ୍କ ବାପଘର ଲୋକ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ଶିଶୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । 

You Can Read:

ପାରାଦୀପ ପୌର ଉପାଧ୍ୟକ୍ଷାଙ୍କ ଘରେ ପଶି ଆକ୍ରମଣ, ସ୍ବାମୀ-ସ୍ତ୍ରୀ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.