ବିଜେପିର ଭୋଟ କସରତ, ନିର୍ବାଚନ ପ୍ରଚାରରେ ଆସୁଛନ୍ତି ୩ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | May 03, 2024 IST

ଭୁବନେଶ୍ୱର ୦୩/୦୫: ବିଜେପିର ଭୋଟ କସରତ, ନିର୍ବାଚନ ପ୍ରରାରରେ ଆସୁଛନ୍ତି ୩ କେନ୍ଦ୍ରମନ୍ତ୍ରୀ । ଆଗମୀ ୩ ଦିନରେ ୩ କେନ୍ଦ୍ର ମନ୍ତ୍ରୀଙ୍କ ଓଡିଶାରେ ମାରାଥନ ପ୍ରଚାର । 

ଶନିବାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଭୁବନେଶ୍ୱରରେ ପହଁଚିବା ପରେ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଜୟଶଙ୍କରଙ୍କର କାର୍ଯ୍ୟକ୍ରମ ରହିଛି । ଜୟଶଙ୍କର ସାମ୍ବାଦିକ ସମ୍ମିଳନୀ ସହ ସମ୍ପାଦକଙ୍କ ସହ ବୈଠକ କରିବେ । 

କଟକରେ ବୃତ୍ତିଗତ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହାପରେ ସେ ସମ୍ୱଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ସେଭଳି ୫ ତାରିଖରେ ବିଜେପି ନେତା ଜେପି ନଡା ଭୁବନେଶ୍ୱରରେ ପହଞ୍ଚିବେ । ଦୁଇଦିନିଆ ଧରି ଜେପି ନଡ୍ଡା ପହଞ୍ଚି କଟକରେ ଦଳୀୟ କାର୍ଯ୍ୟକ୍ରମ ରହିଛି । ସେହିପରି ୬ ତାରିଖରେ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.