ଆସିଲା ‘ସୁଭଦ୍ରା’ ୨ୟ କିସ୍ତି , ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ଟଙ୍କା

Published By : Prameya-News7 Bureau | March 08, 2025 IST

ବ୍ରହ୍ମପୁର ୦୮।୦୩ : ମହିଳା ଦିବସରେ ମହିଳାଙ୍କ ପାଇଁ ଖୁସିର ଖବର । ଖାତାକୁ ଗଲା ସୁଭଦ୍ରା ଟଙ୍କା । ଏକାକାଳୀନ କୋଟିଏ ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ରହ୍ମପୁର ସମାବେଶରେ ସୁଭଦ୍ରାର ୨ୟ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ । 

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ  ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ଗୋଟିଏ ଦିନରେ ଏହି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ କ୍ରମେ ଶୁକ୍ରବାର ସୁଭଦ୍ରା ହିତାଧିକାରୀମାନେ ଘରର ମୁଖ୍ୟ ଦ୍ୱାରରେ ମା’ସୁଭଦ୍ରାଙ୍କ ନାଁରେ ସନ୍ଧ୍ୟାରେ ଦୀପ ଜାଳିଛନ୍ତି । 

ସୁଭଦ୍ରା ଯୋଜନା ପାଇଁ ୧ କୋଟି  ୮ ଲକ୍ଷ ଆବେଦନ କରିଛନ୍ତି । ମାର୍ଚ୍ଚ  ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି  କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍‌ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଭାବନୀୟ...ଛୁଟି ମିଳିଲାନି ବୋଲି ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ...

  • CM Mohan Majhi
  • CMO
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.