ନୂଆଦିଲ୍ଲୀ: ମେକ୍ସିକୋରେ ବଡ ଅଘଟଣ। ସୋନୋରାର ୱାଲଡୋର ସୁପରମାର୍କେଟ୍‌ରେ ବିସ୍ଫୋରଣ ଘଟି ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳକ। ସୋନୋରା ଗଭର୍ଣ୍ଣର ଆଲଫୋନ୍ସୋ ଡୁରାଜୋ ଦୁଃଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆହତମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ପୀଡିତଙ୍କ ପରିବାର ପ୍ରତି ତାଙ୍କର ସମବେଦନା ପ୍ରକାଶ କରିଛନ୍ତି।

ମେକ୍ସିକୋ ଡେ ଅଫ୍‌ ଦେଡ୍‌ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ଏହା ଏକ ପାରମ୍ପରିକ ଛୁଟିଦିନ ପରିବାର ଲୋକେ ମୃତକଙ୍କ ସମ୍ପର୍କୀୟମାନଙ୍କୁ ମନେ ପକାଇଥାନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି। ବିସ୍ଫୋରଣ କାହିଁକି ଘଟିଲା ସେ ବିଷୟରେ ଜରୁରୀକାଳୀନ ଦଳ ଏବଂ ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି।