ଭୁବନେଶ୍ବର: ନୂଆପଡ଼ାରୁ ପ୍ରତାପଶାସନ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ । ୨୨୦ କେ.ଭି ଉଚ୍ଚ କ୍ଷମତା ବିଶିଷ୍ଟ ଟ୍ରାନ୍ସମିଶନ ଲାଇନ୍ ସଫଳତା ପୂର୍ବକ ସଂଯୋଗ ହୋଇଛି । ଓପିଟିସିଏଲର ଚେୟାର ମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ଆଇଏଏସ ଭସ୍କାର ଶର୍ମା, ପ୍ରକଳ୍ପ ନିର୍ଦ୍ଦେଶକ ବିବି ମେହେଟ୍ଟା, ପରିଚାଳନା ନିର୍ଦ୍ଦେଶକ ପି.କେ ପଟ୍ଟନାୟକ, ଇଡି ସେଣ୍ଟ୍ରାଲ୍ ଜୋନ୍ ପି.କେ ଦାଶ ଏବଂ ଓପିଟିସିଏଲ୍ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଆନୁଷ୍ଠାନିକ ଭାବେ ଚାର୍ଜ କରାଯାଇଛି ।
ଏହି ପ୍ରକଳ୍ପକୁ ଏମ.ଏସ ଏକେ ଦାସ ଆସୋସିଏଟ୍ସ ଲିମିଟେଡ୍ ଦ୍ବାରା କାର୍ଯ୍ୟକ୍ଷମ କରାଯାଇଛି । ଏହି ପ୍ରୋଜେକ୍ଟକୁ ଏକ ବିଶେଷ ଉଦ୍ଦେଶ୍ୟ ରଖି ତିଆରି କରାଯାଇଛି । ଏହା ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବା ସହିତ ବିଜୁଳି ଲୋ-ଭୋଲଟେଜ୍ ଆଦି ସମସ୍ୟାକୁ ସମାଧାନ କରିବାରେ ସହଯୋଗ କରିବ ।
ପୂର୍ବରୁ ଟ୍ବିନ୍ ସିଟିକୁ ମେରାମୁଣ୍ଡୁଳି ସବ୍-ଷ୍ଟେସନ ଗ୍ରୀଡ୍ରୁ ସପ୍ଲାଏ କରାଯାଉଥିଲା । ମାତ୍ର ଏବେ ୨୨୦ କେ.ଭି ନୂଆ ଲାଇନ୍ କାର୍ଯ୍ୟକ୍ଷମ ହେବା ପରେ ଏହାକୁ PGCIL ପାଦିବାହାଲ ସବ୍-ଷ୍ଟେସନ ଗ୍ରୀଡ୍ରୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଏହି ଉଚ୍ଚ କ୍ଷମତା ବିଶିଷ୍ଟ ଲାଇନ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ବୋଲି ଆଶା କରାଯାଉଛି । ଏ.କେ ଆସୋସିଏଟ୍ସର ମ୍ୟାନେଜିଂ ଡାଇରେକ୍ଟର ଅମିୟକାନ୍ତ ଦାସ କହିଛନ୍ତି, ନୂଆପଡ଼ାରୁ ପ୍ରତାପଶାସନ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ଥିଲା । କିଛି ସ୍ଥାନୀୟ ଓ ଅନ୍ୟ କିଛି ବୁଝାମଣା ଜରିଆରେ ପ୍ରକଳ୍ପକୁ ସଠିକ୍ ସମୟରେ ସାରିବା ଏକ ବଡ଼ ଉପଲବ୍ଧୀ । ଏଥିପାଇଁ ଓପିଟିସିଏଲ୍ ଅଧିକାରୀ, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି ଅମିୟକାନ୍ତ ଦାସ ।...