ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ ଗୁରୁବାର 2025 Fascino 125 Fi ହାଇବ୍ରିଡ୍ ସ୍କୁଟର ଲଞ୍ଚ କରିଛି । 2025 Fascino 125 Fi ହାଇବ୍ରିଡ୍ ସ୍କୁଟର ରହିଛି ଆହୁରି ଅଧିକ ଫିଚର୍ସ ଏବଂ କଲର ଅପ୍ସନ।
କମ୍ପାନିର ସୂଚନା ଅନୁସାରେ 2025 Fascino 125 ଏବେ ଏକ 'ଉନ୍ନତ ପାୱାର ଆସିଷ୍ଟ ' ଫଙ୍କସନ୍ ସହିତ ଆସୁଛି, ଯାହା ରାଇଡିଂକୁ ଆହୁରି ଉତ୍ତମ କରିଥାଏ। ଏହି ସିଷ୍ଟମ ଅଧିକ ସମୟ ପାଇଁ ଅଧିକ ଟର୍କ ପ୍ରଦାନ କରିଥାଏ। ଏଥିପାଇଁ ଏକ ଉଚ୍ଚ-କ୍ଷମତାର ବ୍ୟାଟେରୀ ବ୍ୟବହାର କରିଥାଏ। ଏହି ସିଷ୍ଟମ ଦ୍ବାରା ସ୍କୁଟର ଅଧିକ ଲୋଡ ସହ ମଧ୍ୟ ଅତି ସହଜରେ ଉଠାଣିଆ ରାସ୍ତା ଚଢ଼ିପାରିବ। ସେହିପରି ବାଇକରେ ସାଇଲେଣ୍ଟ ଷ୍ଟାର୍ଟ ସହ ସ୍ମାର୍ଟ ମୋଟର ଜେନେରେଟର ପୂର୍ବଭଳି ରହିଛି।
୨୦୨୫ ୟାମାହା ଫାସିନୋ ୧୨୫ରେ ବ୍ଲୁଟୁଥ୍ କନେକ୍ଟେଡ TFT କନସୋଲ ରହିଛି । ଏଥିରେ Y-Connect ମୋବାଇଲ୍ ଆପ୍ ମାଧ୍ୟମରେ ଟର୍ନ୍-ବାଇ-ଟର୍ନ୍ ନାଭିଗେସନ୍, Google Maps ଆଦି ଫିଚର୍ସ ରହିଛି। ୨୦୨୫ ୟାମାହା ଫାସିନୋ ୧୨୫ରେ ଏକ ନୂଆ କଲର ଅପ୍ସନ ମଧ୍ୟ ଦିଆଯାଇଛି। ଟପ୍ ଭାରିଆଣ୍ଟ Sରେ ମ୍ୟାଟ୍ ଗ୍ରେ କଲର ଅପ୍ସନରେ ମିଳିବ। ସେହିଭଳି ଡିସ୍କ ବ୍ରେକ୍ ଭାରିଆଣ୍ଟ ମେଟାଲିକ୍ ଲାଇଟ ଗ୍ରୀନ ରଙ୍ଗରେ ଆସିଥାଏ। ଏଣ୍ଟ୍ରି-ଲେଭଲ୍ ଡ୍ରମ୍ ବ୍ରେକ୍ ଭାରିଆଣ୍ଟ ଏବେ ମେଟାଲିକ୍ ହ୍ବାଇଟ କଲରରେ ଆସିଥାଏ।
ଇଞ୍ଜିନ କଥା କହିଲେ ୨୦୨୫ ୟାମାହା ଫାସିନୋ ୧୨୫ରେ ୧୨୫ ସିସି ଏୟାର-କୁଲ୍ଡ, ଫୁଏଲ ଇଞ୍ଜେକ୍ଟେଡ ବ୍ଲୁ କୋର ହାଇବ୍ରିଡ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ। ଏହି ଇଞ୍ଜିନ୍ ବର୍ତ୍ତମାନର E20 ଇନ୍ଧନ ସପୋର୍ଟ ସହ ରହିଛି। ସେହିଭଳି CVT ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ସମାନ 8 bhp ଏବଂ 10.3 Nm ପିକ୍ ଟର୍କ ଜେନେରେଟ୍ କରିଥାଏ। ସ୍କୁଟରରେ ଫ୍ରଣ୍ଟ ଟେଲିସ୍କୋପିକ୍ ଫର୍କ ଏବଂ ପଛରେ ମନୋଶକ୍ ସସପେନସନ୍ ସେଟଅପ୍ ଅଛି । ସ୍କୁଟରରେ ୧୨- ଇଞ୍ଚ ଆଲଏ ହ୍ବିଲ ରହିଛି। ଭାରିଆଣ୍ଟ ଅନୁସାରେ ଫ୍ରଣ୍ଟ ଡିସ୍କ ଏବଂ ଡ୍ରମ୍ ବ୍ରେକର ବିକଳ୍ପ ମଧ୍ୟ ଅଛି ।
2025 Yamaha Fascino 125 Fi ହାଇବ୍ରିଡ୍ର ବେସ୍ ଭାରିଆଣ୍ଟର ଦାମ୍ ୮୦ ହଜାର ୭୫୦ରୁ ଆରମ୍ଭ ହେଉଛି , ଯେତେବେଳେ ନୂଆ TFT ଇନଷ୍ଟ୍ରୁମେଣ୍ଟ କନସୋଲ୍ ଏବଂ ବ୍ଲୁଟୁଥ୍ ଫିଚର ଥିବା ଟପ୍ ମଡେଲର ମୂଲ୍ୟ ୧.୦୩ ଲକ୍ଷ ଟଙ୍କା ରହିଛି।