ବାଲିଯାତ୍ରା ୨୦୨୫
LIVE TV

ସାମ୍ନାକୁ ଆସିଲା ଆମେରିକାର ନ୍ୟୁକ୍ଲିୟର ଅସ୍ତ୍ର, ଏକ ସେକେଣ୍ଡରେ କରିଦେବ ଧ୍ୱଂସ

NEWS7
2025-triumph-speed-twin-1200-launched-in-india-at-rs-1275-lakh

ନ୍ୟୁୟର୍କ, ୦୯|୧୧  : ସାମ୍ନାକୁ ଆସିଲା ଆମେରିକାର ଭୟଙ୍କର ଅସ୍ତ୍ର । ଚିନ୍ତାରେ ଋଷ ଏବଂ ଚାଇନା । ନିଜର ସବୁଠୁ ଶକ୍ତିଶାଳୀ ମିସାଇଲ ଏଜିଏମ-୧୮୧ ଏଲଆରଏସଓକୁ ସାର୍ବାଜନୀନ କରିଛି ୟୁଏସଏ । ଅତି ଗୋପନୀୟ ଭାବେ ଏହାକୁ ନିର୍ମାଣ କରାଯାଇଥିଲା । ଯାହାର ସାମାନ୍ୟତମ ଟେର୍ କେହି ପାଇନଥିଲେ । ନିକଟରେ କାଲିଫର୍ଣ୍ଣିଆର ଏହାକୁ ପ୍ରଥମ ଥର ଠାବ କରାଯାଇଛି । ତେବେ ଏହି ଅତ୍ୟାଧୁନିକ ଅସ୍ତ୍ରକୁ ପେଣ୍ଟାଗନ ଗୋପନୀୟ ରଖିଥିଲା ।

ଏଲଆରଏସଓ ଏକ କ୍ରୁଜ୍ ମିସାଇଲ୍ ଅଟେ । ଏହାକୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବ । ସେହିପରି ଏଥିରେ ନ୍ୟୁକ୍ଲିୟର ବା ଆଣବିକ ଅସ୍ତ୍ରକୁ ଧାରଣ କରିବାର କ୍ଷମତା ରହିଛି । ଅତି ଦୂରରୁ ଶତ୍ରୁର ଅ଼଼ଂଚଳରେ ପ୍ରବେଶ କରି ବିସ୍ଫୋରଣ କରିପାରିବ ଏହି ଅସ୍ତ୍ର । ଯାହା ପୂର୍ବରୁ ବ୍ୟବହାର ହେଉଥିବା ଏଜିଏମ୍-୮୬-ବିର ଅପଡେଟ୍ ଭର୍ସନ୍ ।

କୁହାଯାଉଛି ଯେ, ଟ୍ରମ୍ପଙ୍କ ଶାସନ କାଳରେ ଏଲଆରଏସଓକୁ ଅଧିକ ବିକଶିତ କରାଯାଇଥିଲା । ରେଥିୟନ କମ୍ପାନୀ ମିସାଇଲକୁ ପ୍ରସ୍ତୁତ କରିଥିବା ବେଳେ ଏବେ ଟେଷ୍ଟିଂ ଷ୍ଟେଜରେ ରହିଛି । ୨୦୩୦ ସୁଦ୍ଧା ମିସାଇଲଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ । ୨୦୨୫ ଜୁନରେ ପ୍ରଥମ ଥର ଏହାର ଚିତ୍ର ସାମ୍ନାକୁ ଆସିଥିଲା । ବି-୫୨ ବମ୍ବରର ଓ୍ୱିଙ୍ଗସରେ ପ୍ରଥମେ ଏଲଆରଏସଓକୁ ଠାବ କରାଯାଇଥିଲା । ଖୁବ୍ ଶୀଘ୍ର ଏହା ବି୨୧ ରାଡାରରେ ସାମିଲ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ମିସାଇଲକୁ ଟ୍ରମ୍ପଙ୍କ ପ୍ରଥମ ଶସାନ କାଳରେ ମଞ୍ଜୁରୀ ମିଳିଥିଲା । ଏହାର ବଜେଟକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଥିଲା । ୨୦୨୦ରେ ରେଥିୟନ କମ୍ପାନୀ ମିସାଇଲର ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ୨୦୨୫ରେ ଫ୍ଲାଇଟ୍ ଟେଷ୍ଟ୍ ହୋଇଥିଲା । ତେବେ ଏଲଆରଏସଓ ଋଷର ହାଇପରସୋନିକ୍ ଏବଂ ଚୀନର ମିସାଇଲକୁ ଟକ୍କର ଦେଇପାରିବ ବୋଲି କୁହାଯାଉଛି ।