ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସରକାରୀ ଉଦ୍ୟୋଗ (State PSUs)ର  କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ଝାରସୁଗୁଡା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦିନତମାମ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୫ ଜାନୁୟାରୀ ପହିଲା ଠାରୁ ଲାଗୁ ହେବ । 

ଏହା ପୂର୍ବରୁ ରାଜ୍ୟ ସରକାର ପାର୍ବଣକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଆଗୁଆ ଦରମା ଦେବାକୁ ଗୋଷଣା କରିଥିଲେ। କାରଣ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଯିବ ଦୁର୍ଗାପୂଜା। ସେପଟେ କେନ୍ଦ୍ର ସରକାର ମଧ୍ୟ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରି ସାରିଛନ୍ତି।