ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ, ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ

Published By : Prameya-News7 Bureau | August 14, 2025 IST

ବାଲିଗୁଡା ୧୪।୮: ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା l ତୁମୁଡିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ   ଠାରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ ଓ ବଳିଦାନ ଦିବସ l ଏଥିପାଇଁ ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି l ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ନେଇ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ ଆଶ୍ରମ ପରିସରକୁ ପରିଷ୍କାର ପରିଚ୍ଛନ୍ନତା କରିବା ସହ ସ୍ୱାମୀଜିଙ୍କ ବଳିଦାନ କକ୍ଷ, ପ୍ରତିମୂର୍ତ୍ତି, ଯଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ମଧ୍ୟ ସୁସଜ୍ଜିତ କରିଛନ୍ତି l ଚଳିତ ବର୍ଷ ଜଲେଶପଟ୍ଟା ଆଶ୍ରମ ଠାରେ ମହା ଆଡମ୍ବର ସହ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ l ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ଆଶ୍ରମ ପରିସରରେ ଓ ବାହାରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ l ଶାନ୍ତିପୂର୍ଣ୍ଣ ଭାବେ ଜନ୍ମାଷ୍ଟମୀ ପାଳନ ନେଇ ପୋଲିସ ସଜାଗ ରହିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.