LIVE TV

ଭସାଣ ଗଣ୍ଡଗୋଳରେ ଏଯାଏଁ ଗିରଫ ହେଲେଣି ୧୫, ସୋସିଆଲ ମିଡିଆ ଉପରେ ପୋଲିସର ନଜର

NEWS7
cuttack bhasani

କଟକ ୧୦/୧୦: କଟକରେ ଦୁର୍ଗା ପୂଜା ଭସାଣି ଓ ଭସାଣି ପରଵର୍ତ୍ତୀ ଗଣ୍ଡଗୋଳରେ ଆଜି ପର୍ଯ୍ୟନ୍ତ ମୋଟ ୧୫ଜଣ ଗିରଫ ହୋଇଛନ୍ତି । ଭସାଣି ରାତି ହିଂସାକାଣ୍ଡ ଘଟଣାରେ ୬ ଜଣ ଗିରଫ ହୋଇଥିଵା ବେଳେ ଭସାଣି ପରଵର୍ତ୍ତି ଶୋଭାଯାତ୍ରା ବେଳେ ହୋଇଥିଵା ଗଣ୍ଡଗୋଳ ଘଟଣାରେ ୭ ଜଣ ଓ ସୋସିଆଲ ମିଡିଆରେ ଗଣ୍ଡଗୋଳ ଉସୁକାଉଥିଵା ପୋଷ୍ଟ ଯୋଗୁଁ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ଵଢିଵାର ସମ୍ଭାବନା ରହିଛି ବୋଲି ପୋଲିସ କହିଛି।

ସୂଚନା ଥାଉକି, ଐତିହାସିକ କଟକ ସହରରେ ଗତ କିଛିଦିନ ପୂର୍ବରୁ ଘଟିଥିବା ହିଂସା ଘଟଣା ନେଇ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ କମିଶନରେଟ୍‌ ପୋଲିସ ଚେତାବନୀ ଦେଇଛି। ଆପତ୍ତିଜନକ ନକରିବାକୁ ପୁଲିସ ପକ୍ଷରୁ ‌ପରାମର୍ଶ ଜାରି କରାଯାଇଛି।  ପୋଲିସ କମିଶନର କହିଛନ୍ତି, ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି। ସଦ୍‌ଭାବନା ଓ ଶାନ୍ତି  ଭଙ୍ଗ କରିଥିବା ଲୋକଙ୍କୁ ଦମନ କରାଯିବ।

ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। ପରାମର୍ଶ ମାଧ୍ୟମରେ ପୋଲିସ କମିଶନର କହିଛନ୍ତି, ନିଜ କ୍ୟାରିୟର ଉପରେ ଦୃଷ୍ଟିରେ ଦିଅନ୍ତୁ। ସାମାଜିକ ଗଣମାଧ୍ୟମରେ କିଛି ବି ଆପପ୍ରଚର କରନ୍ତୁ ନାହିଁ। ବର୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜନଜୀବନ ସ୍ବାଭାବିକ ଭାବେ ଚାଲିଛି। ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ସତର୍କତା ଅବଲମ୍ବନ କରାଯାଇଛି। ପୁଲିସ କଟକ ଉପରେ କଡା ନଜର ରଖିଛି। 

କଟକ ସହରରେ ଗତ କିଛି ଦିନ ପୂର୍ବରୁ ୨ଟି ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯାଇଥିଲା। ଏହି ଘଟଣା ସମୟ କ୍ରମେ ବଢ଼ି ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ମୁତୟନ କରାଯାଇଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମୋଟ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ଅବସ୍ଥା ଗୁରୁତର ଥିଲା। ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। କଟକ ସହରର ୧୩ଟି ଥାନା ଅଞ୍ଚଳରେ ଦୁଇଦିନ ପାଇଁ ଇଣ୍ଟରନେଟ ସେବା ଲାଗୁ କରିଥିଲା। ସେହିପରି ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା।