News7 Logo

ଛାତ୍ରୀ ନିବାସର ୧୩ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ, ସମସ୍ତେ ମେଡିକାଲରେ ଭର୍ତ୍ତି

NEWS7
Jeypore

ଜୟପୁର ୧୪।୯: ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ଛାତ୍ରୀ । ୧୩ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ଛାତ୍ରୀ କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି । ଏମାନେ ସମସ୍ତେ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି । ଧିରେ ଧିରେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି । ତେବେ ଝାଡାବାନ୍ତିର କାରଣ ସ୍ପଷ୍ଟ ହୋଇନାହିଁ ।

କିଛି ଦିନ ତଳେ ଏହି ବିଦ୍ୟାଳୟରେ ୯ଜଣ ଛାତ୍ରୀ ଏପରି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।