News7 Logo

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ, ଯାତାୟତ ଠପ୍

NEWS7
ulunda

ବିନିକା ୧୫।୦୯ : ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ । ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ରହିଛି ।

ସୋମବାର ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଉଲୁଣ୍ଡା ବ୍ଲକ ଅଞ୍ଚଳକୁ ଏନଏସି ଘୋଷଣା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ବିଗତ ସରକାର ଉଲୁଣ୍ଡାକୁ ଏନଏସି ଘୋଷଣା କରିଥିଲେ ମଧ୍ୟ ନୂତନ ସରକାର ଏହାକୁ ଘୋଷଣା କରିନାହାନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଉଲୁଣ୍ଡା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ ଡକାଯାଇ ବ୍ଲକକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡ଼ି ମଟର ସେବା ଠପ୍‌ ରହିଛି । ଛକ ଛକରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପିକେଟିଂ କରି ଆନ୍ଦୋଳନ କରୁଛନ୍ତି । ସୋନପୁର-ସମ୍ବଲପୁର ରାସ୍ତାରେ ଯିବାଆସିବା ପୁରା ଠପ୍‌ ରହିଛି । ଜରୁରୀ ସେବାକୁ ବାଦ୍‌ ଦେଇ ସବୁ କିଛି ବନ୍ଦ ହୋଇଛି ।