News7 Logo

ଆମେରିକା କେପିଟଲ ବିଲ୍ଡିଂ ବାହାରେ ଟ୍ରମ୍ପଙ୍କ ୧୨ ଫୁଟ ଉଚ୍ଚ ସ୍ୱର୍ଣ୍ଣ ପ୍ରତିମା ଲୋକାର୍ପିତ, ଜାଣନ୍ତୁ ବିଟ୍ କଏନ ମୂର୍ତ୍ତି ପଛରେ କିଏ?

NEWS7
Bit Coin Trump

ୱାସିଂଟନ ୧୮।୯: ବିଟ୍ କଏନ ଧରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୨ଫୁଟର ଏକ ବିଶାଳ ମୂର୍ତ୍ତି କ୍ୟାପିଟଲ ବିଲ୍ଡିଂ ବାହାରେ ଲୋକାର୍ପିତ ହୋଇଛି। ଏହି ମୂର୍ତ୍ତିଟି ଏବେ ଲୋକଙ୍କ ଧ୍ୟାନ ଆକର୍ଷଣର କାରଣ ପାଲଟିଥିବା ବେଳେ ଏହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କ ଏହି ପ୍ରତିମାର ଲୋକାର୍ପଣ ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କର ସୁଧହାର ହ୍ରାସ ଘୋଷଣା ସହିତ ହୋଇଛି।

ସ୍ଥାନୀୟ ଏବିସି ସହଯୋଗୀ ଡବ୍ଲୁଜେଏଲଏ କହିଛି ଯେ ଏହି ପ୍ରତିମୂର୍ତ୍ତି ଲାଗି ବିଟ୍ କଏନ ନିବେଶକ ଆର୍ଥିକ ସହଯୋଗ କରିଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରତିମା ଲୋକାର୍ପଣର ଉଦ୍ଦେଶ୍ୟ ଡିଜିଟାଲ ମୁଦ୍ରାର ଭବିଷ୍ୟ, ମୁଦ୍ରାନୀତି ଓ ଆର୍ଥିକ ବଜାରରେ ସଂଘୀୟ ସରକାରଙ୍କ ଭୂମିକା ଉପରେ ବିତର୍କ ସୃଷ୍ଟି କରିବା। ଏହି ପ୍ରକଳ୍ପ ପଛରେ ଥିବା ସମୂହ ଏହି ପ୍ରତିମାକୁ କ୍ରିପ୍ଟୋକରେନ୍ସୀ ପ୍ରତି ଟ୍ରମ୍ପଙ୍କ ମୁଖର ସମର୍ଥନ ଲାଗି ଏକ ଉତ୍ସର୍ଗ ବୋଲି କହିଛି। ଏହି ପ୍ରତିମାର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଓ ଲୋକେ କ୍ରେପଟୋ ପ୍ରତି ରାଷ୍ଟ୍ରପତିଙ୍କ ସମର୍ଥନର ପ୍ରତୀକ ବୋଲି କହୁଛନ୍ତି। ସମୂହର ଜନୈକ ପ୍ରତିନିଧି ହିଚେମ ଜଗଦୌଦୀ କହିଛନ୍ତି ଯେ ‘ଏହି ପ୍ରତିମାକୁ ସରକାରଙ୍କ ଦ୍ୱାରା ଜାରି ହେବାକୁ ଥିବା ମୁଦ୍ରାର ଭବିଷ୍ୟତ ସମ୍ପର୍କରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ଓ ଏହା ଆଧୁନିକ ରାଜନୀତି ଓ ଆର୍ଥିକ ନବାଚାର ମଧ୍ୟରେ ଅନ୍ତସମ୍ବଦ୍ଧର ପ୍ରତୀକ’।

ଯେହେତୁ ଫେଡେରାଲ ରିଜର୍ଭ ଦେଶର ଆର୍ଥିକ ନୀତିକୁ ଆକାର ଦେଉଛି ଆମେ ଆଶା କରୁଛୁ ଏହି ପ୍ରତିମା କ୍ରେପ୍ଟୋ କରେନ୍ସୀର ବଢୁଥିବା ପ୍ରଭାବ ଉପରେ ଚିନ୍ତନକୁ ପ୍ରେରିତ କରୁ। ଏହି ଘଟଣାକ୍ରମ ଗୁରୁବାର ଫେଡେରାଲ ରିଜର୍ଭର ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘୋଷଣା ଅନୁରୂପ ସାମ୍ନାକୁ ଆସିଛି। ୨୦୨୪ ପରେ ଫେଡେରାଲ ରିଜର୍ଭଙ୍କ ଏହା ପ୍ରଥମ ହ୍ରାସ ଯେଉଁଥିରେ ସୁଧହାର ଏକ ଚତୁର୍ଥାଂଶ କମ ହୋଇଛି। ଏହି ହ୍ରାସ ଯୋଗୁ ସ୍ୱଳ୍ପ କାଳୀନ ସୁଧହାର୪.୩%ରୁ ହ୍ରାସ ହୋଇ ୪.୧% ହୋଇଯାଇଛି। ଏହା ଛଡା ଫେଡେରାଲ ରିଜର୍ଭ ଚଳିତ ବର୍ଷରେ ଆଉ ଦୁଇଟି ସୁଧହାର ହ୍ରାସ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି।