ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ : ୧୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 16, 2025 IST

NEWS UPDATE

ରାୟଗଡ଼ା ୧୬।୮: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବୁରୁସୁବାଡି ଗାଁରେ ଗୁଣିଗାରେଡି ସନ୍ଦେହରେ  ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ହେଲେ ରାମାରାଓ ଜିଲାକାରା । ରାମାରାଓ ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଗତ ୮ ତାରିଖରେ ବିଷ ପିଆଇବା ସହ ପରବର୍ତ୍ତୀ ସମୟରେ ପୋଡ଼ି ଦେଇଥିଲେ । ତେବେ ଘଟଣା ୮ ତାରିଖରେ ଘଟିଥିଲେ ମଧ୍ୟ ପରିବାରବର୍ଗ ଭୟରେ ଥାନାର ଦ୍ବାରସ୍ଥ ହୋଇନଥିଲେ । ଏହାପରେ ୧୨ ତାରିଖରେ ପରିବାରବର୍ଗ ଶେଷଖାଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଏସଡ଼ିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ରାମାରାଓଙ୍କ ପରିବାରବର୍ଗଙ୍କୁ ତାଙ୍କ ସମ୍ପର୍କୀୟ ଘରେ ରଖାଯାଇଥିବା ଏସଡ଼ିପିଓ କହିଛନ୍ତି । 

ବର୍ତ୍ତମାନ ଏହିଭଳି ଅନ୍ଧବିଶ୍ୱାସ ନପଡ଼ିବା ପାଇଁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ବର୍ତ୍ତମାନ ସୁଦ୍ଧା ଗୁଣିଗାରେଡି ଉପରେ ଭରସା ରଖୁଛନ୍ତି । ତେଣୁ ଆଗାମୀ ଦିନରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସଚେତନତା କରାଯିବ ବୋଲି ଏସଡିପିଓ କହିଛନ୍ତି  ।

You Can Read:

ସ୍ବତନ୍ତ୍ର ଓଟିଇଟି କରିବା ଏବେ ସମ୍ଭବ ନୁହେଁ : ଖୁବ୍‌ଶୀଘ୍ର ତାରିଖ ଘୋଷଣା ନେଇ ବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.