News7 Logo

୧୦୦୦ କିଲୋମିଟରର ଅଞ୍ଚଳରେ ଝଡ଼ ବର୍ଷାର ତାଣ୍ଡବ, ହାଇ ଆଲର୍ଟରେ ବ୍ରିଟେନ  

NEWS7
rain

ନୂଆଦିଲ୍ଲୀ: ଏକ ବଡ଼ ଝଡ଼ ବର୍ଷାର ସାମନା କରିବ ବ୍ରିଟେନ । ଯାହା ଆଗାମୀ କିଛି ଘଣ୍ଟା ମଧ୍ୟରେ ଦେଶକୁ ଛୁଇଁବାକୁ ଯାଉଛି । ପ୍ରତି ଘଣ୍ଟା ୮୦ ମାଇଲ୍ ବେଗରେ ପବନ ବହିବା ସହିତ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଦି ମିରର ଅନୁଯାୟୀ, WXChartsରୁ ମିଳିଥିବା ମ୍ୟାପ୍ ଦର୍ଶାଉଛି ଯେ ସ୍କଟଲ୍ୟାଣ୍ଡର ହେବ୍ରାଇଡ୍ସରୁ ଦକ୍ଷିଣପୂର୍ବ ଇଂଲଣ୍ଡ ପର୍ଯ୍ୟନ୍ତ ୧୦୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ସେପ୍ଟେମ୍ବର ୧୪, ରବିବାର ସମଗ୍ର ଦେଶରେ ଝଡ଼ର ସମ୍ଭାବନା ରହିଛି । ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡ, ୱେଲ୍ସ ଏବଂ ଇଂଲଣ୍ଡର ଦକ୍ଷିଣ ଉପକୂଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ରାତି ଟାରୁ ସୋମବାର ସନ୍ଧ୍ୟା ଟା ପର୍ଯ୍ୟନ୍ତ ରହିବ ଏହି ୱାର୍ଣ୍ଣିଂ ଜାରି କରାଯାଇଛି ।

ରବିବାର ସକାଳ ପ୍ରାୟ ୯ଟାରୁ ମାଞ୍ଚେଷ୍ଟର, ନ୍ୟୁକାସଲ, ବର୍ମିଂହାମ, ସାଉଥାମ୍ପଟନ୍, ପ୍ଲାଇମାଉଥ୍ ଏବଂ ଲଣ୍ଡନ ଭଳି ଅଞ୍ଚଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ମାଞ୍ଚେଷ୍ଟର ନିକଟରେ ୫ ମିମି/ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ନ୍ୟୁକାସଲରେ ପ୍ରାୟ ୨.୫ ମିମି/ଘଣ୍ଟା ବେଗରେ ବର୍ଷା ହେବାର ସମ୍ଭାବନା ଅଛି । ୱେଲ୍ସ ଏବଂ କାର୍ଡିଫରେ ମଧ୍ୟ ପ୍ରବଳ ବର୍ଷା ହେବ । କିନ୍ତୁ ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ସବୁଠାରୁ ଅଧିକ ବର୍ଷା ହେବ । ଖରାପ ପାଗ ମଧ୍ୟରେ ଦେଶବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଅତ୍ୟାବଶୀୟ ସାମଗ୍ରୀ ମହଜୁଦ ରଖିବା ସହ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ପାଣିପାଗ କାର୍ଯ୍ୟାଳୟ ଅନୁସାରେ, ଝଡ଼ ସମୟରେ ଉଡ଼ୁଥିବା ଭଗ୍ନାବଶେଷରୁ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ ।

ଏହା ବ୍ୟତୀତ, ଝଡ଼ ବର୍ଷା ପ୍ରଭାବିତ ଅଞ୍ଚଳରେ କୋଠା ଏବଂ ରାସ୍ତାକୁ କ୍ଷତି ପହଞ୍ଚାଇପାରେ । ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଉଚ୍ଚ ଢେଉ ଆସିବାର ଆଶଙ୍କା ରହିଛି । ରାସ୍ତା, ବ୍ରିଜ ବନ୍ଦ ହେବାର ଆଶଂକା ରହିଛି । ସେହିପରି ବିଦ୍ୟୁତ୍ କାଟ୍ ଏବଂ ମୋବାଇଲ୍ ଫୋନ୍ ନେଟୱାର୍କ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।