ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ବର ୨୪।୭: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ଜଣ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଏହି ୧୦ ଜଣ ନିର୍ବାଚିତ ପ୍ରତିନିଧି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ୧୦ ନିର୍ବାଚିତ ସରପଞ୍ଚ ଆଜି ବିଜେପିରେ ସାମିଲ ହେବା ଦ୍ୱାରା ରାଜ୍ୟର ତଥା ସ୍ଥାନୀୟ ଅଞ୍ଚଳର ବିକାଶକୁ ଆଗକୁ ନେବା ପାଇଁ ଆମକୁ ସହାୟକ ହେବ । ଆଗକୁ ପୌର ପ୍ରତିନିଧି ମାନେ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

You Can Read:

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଆନ୍ତଃରାଜ୍ୟ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହେଉଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.