ନୂଆଦିଲ୍ଲୀ ୨୭।୦୮: ସୂର୍ଯ୍ୟକିରଣ ବିନା ଜୀବନ କଳ୍ପନା କରିବା କଷ୍ଟକର । ସୂର୍ଯ୍ୟଙ୍କ କାରଣରୁ ଆମେ ସହଜରେ ଜୀବନଯାପନ କରିପାରୁଛେ । ସୂର୍ଯ୍ୟକିରଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କିନ୍ତୁ ଚିନ୍ତା କରନ୍ତୁ... ଯଦି ଏହି ସୂର୍ଯ୍ୟ ଗାଏବ ହୋଇଯାଏ, ତେବେ କ’ଣ ହେବ ? ନିଶ୍ଚୟ ଭାବୁଥିବେ ଯେ କେବଳ ରାତି ହୋଇଯିବ । ନାଁ ଆଜ୍ଞା କେବଳ ରାତି ହୋଇଯିବନି, ସୂର୍ଯ୍ୟ ଗାଏବ ହୋଇଗଲେ ସାରା ପ୍ରକୃତି ବିପଦରେ ପଡ଼ିବ । ଆସନ୍ତୁ ଜାଣିବା ଯଦି ସୂର୍ଯ୍ୟ ସପ୍ତାହକ ପାଇଁ ଅଦୃଶ୍ୟ ହୁଏ ତେବେ କ’ଣ ହେବ ?
ପୃଥିବୀ ନିରନ୍ତର ଘୂରୁଛି । ଯେତେବେଳେ ପୃଥିବୀର ଏକ ଅଂଶ ସୂର୍ଯ୍ୟ ଆଡ଼କୁ ଘୂରେ, ତାହା ଦିନ ଏବଂ ଯେତେବେଳେ ସେହି ଅଂଶ ସୂର୍ଯ୍ୟଠାରୁ ଦୂରେଇଯାଏ, ସେହି ସମୟ ରାତିରେ ପରିବର୍ତ୍ତନ ହୁଏ। ବିଜ୍ଞାନ ଅନୁଯାୟୀ ଯଦି ସୂର୍ଯ୍ୟ ଗାଏବ ହୁଏ ପ୍ରଥମେ ଆପଣ ଅନ୍ଧାର ଏବଂ ଥଣ୍ଡା ଅନୁଭବ କରିବେ । ସୂର୍ଯ୍ୟ ପୃଥିବୀରୁ ଅଦୃଶ୍ୟ ହେବାର ମାତ୍ର ସାଢେ ୮ ମିନିଟ୍ ପରେ ହିଁ ସାରା ପୃଥିବୀ ଅନ୍ଧାର ହୋଇଯିବ ।
ସୂର୍ଯ୍ୟ ଗାଏବ ହେବା ମାତ୍ରେ ହିଁ ପୃଥିବୀରେ ଥଣ୍ଡା ବୃଦ୍ଧି ପାଇବ । ଏହା ଯୋଗୁଁ ସପ୍ତାହକ ମଧ୍ୟରେ ତାପମାତ୍ରା ପ୍ରାୟ ୦ ରୁ ମାଇନସ୍ ୧୭.୮ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇବ । ଏହା ଥଣ୍ଡା ବୃଦ୍ଧି କରିବ । କିନ୍ତୁ ମଣିଷକୁ ଥଣ୍ଡା କରିବା ପାଇଁ ଯଥେଷ୍ଟ ହେବ ନାହିଁ । କିନ୍ତୁ ଯଦି ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତେବେ ଶକ୍ତି ଉତ୍ସ ଅଭାବରୁ ମଣିଷ କିମ୍ବା ଅନ୍ୟାନ୍ୟ ଜୀବ ବଞ୍ଚି ରହିପାରିବେନି ।
ସୂର୍ଯ୍ୟ ବିନା, ଉଦ୍ଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କରିପାରିବେନି । ଯେଉଁ କାରଣରୁ ଉଦ୍ଭିଦ ଜୀବନ ବିପଦରେ ପଡିବ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ପ୍ରାଣୀମାନଙ୍କ ପାଇଁ ଜୀବନ କଷ୍ଟକର ହୋଇଯିବ। ସୂର୍ଯ୍ୟ ଗାଏବ ହେଲେ ସବୁଠାରୁ ବଡ଼ ପାର୍ଥକ୍ୟ ବାହ୍ୟ ମହାକାଶରେ ହେବ । ସୂର୍ଯ୍ୟର ଗୁରୁତ୍ୱାକର୍ଷଣ ଶକ୍ତି ପୃଥିବୀକୁ କକ୍ଷପଥରେ ରଖେ । ଏହା ବିନା ପୃଥିବୀ ମହାକାଶରେ ଭାସିବା ଆରମ୍ଭ କରିବ ଏବଂ ଏହା ଅନ୍ୟ ଧୂମକେତୁ, ଗ୍ରହାଣୁ, ଉଲକା କିମ୍ବା ଅନ୍ୟାନ୍ୟ ଗ୍ରହ ସହିତ ଧକ୍କା ହେବାର ସମ୍ଭାବନାକୁ ବୃଦ୍ଧି କରିବ।