LIVE TV

ଭାରତୀୟ ବ୍ୟାଟରଙ୍କ 'ଫ୍ଲପ୍ ଶୋ' : ପ୍ରଥମ ଇନିଂସରେ ଚାଲୁନି ବ୍ୟାଟ୍, ପନ୍ତ-ଜାଡେଜା ହିଁ ଭରସା

NEWS7
-horoscope-monday-20th-january-2025

ଗୌହାଟୀ, ୨୪/୧୧: ଗୌହାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କିରଛି । ଦମଦାର ଷ୍ଟାର୍ଟ କରିଥିଲେ ବି ମିଡିଲ୍ ଅର୍ଡର ଭୁଶୁଡି ପଡିଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିଶାଳ ୪୮୯ ରନ କରିଥିଲା । ଜବାବରେ ଓପନର ଯଶସ୍ୱୀ ଜୟସ୍ୱାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ । ନିଜେ ମଧ୍ୟ ସେ ଅର୍ଧଶତକ ହାସଲ କରିଥିଲେ । କିନ୍ତୁ ଏହାକୁ ସେ ବଡ ଇନିଂସରେ ପରିବର୍ତ୍ତନ କରିପାରି ନାହାଁନ୍ତି ।

ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ୮୨ ରନରେ ଦଳର ପ୍ରଥମ ଓ୍ୱିକେଟ୍ ଝଡିଥିଲା । ଏହାପରେ କ୍ରିଜକୁ ଆସିଥିଲେ ଷ୍ଟବସ୍ । ସେ ୪୯ ରନର ଇନିଂସ ଖେଳିଥିଲେ । ତାଙ୍କ ପରେ ଟେମ୍ବା ବାଭୁମାଙ୍କ ବ୍ୟାଟରୁ ମଧ୍ୟ କିଛି ଭଲ ସର୍ଟ ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ମୁଥୁସାମୀ ଏବଂ ଜାନସେନ । ମୁଥୁସାମୀ ଶତକ କରି ୧୦୯ ରନର ଇନିଂସ ଖେଳିଥିଲେ । ଶେଷରେ ତାଙ୍କୁ ସାଥ୍ ଦେଇଥିଲେ ଜାନସେନ୍ । ବିସ୍ଫୋରକ ବ୍ୟାଟିଂ କରି ଜାନସେନ ବିସ୍ଫୋରକ ବ୍ୟାଟି କରି ୯୩ ରନର ପାଳି ଖେଳିଥିଲେ । ଫଳରେ ଦଳ ୪୮୯ ରନ୍ ସ୍କୋର୍ କରିବାରେ ସଫଳ ହୋଇଥିଲା ।

ଅନ୍ୟ ଦିଗରେ ଭାରତର ବୋଲିଂ ବିଭାଗ ମ୍ୟାଚରେ ସେତେଟା ପ୍ରଭାବି ନଥିଲା । ବୋଲରମାନେ ବ୍ୟାକ ଥ୍ରୁ ଦେବାରେ ବିଫଳ ହୋଇଥିଲେ । ଫଳରେ ଭ୍ରମଣକାରୀ ଦଳ ବଡ ସ୍କୋର କରିପାରିଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ତେବେ ପ୍ରଥମ ଇନିଂସରେ ଭାରତ ପାଇଁ ପଡିଆକୁ ଓହ୍ଲାଇଥିଲେ ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ । କେଏଲ ରାହୁଲ ଭଲ ଷ୍ଟାର୍ଟ ଦେଇ ଶୀଘ୍ର ଆଉଟ ହୋଇଥିଲେ । ଏହାପରେ ଭଲ ସର୍ଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ ଯଶସ୍ୱୀ । ୫୮ ରନର ପାଳି ଖେଳି ସେ ଆଉଟ୍ ହୋଇଥିଲେ । ତାଙ୍କ ପରେ ସାଇ ସୁଦର୍ଶନ ପ୍ୟାଭିଲିୟନ ଫେରିଥିଲେ । ସହିପରି ଧ୍ରୁବ ଜୁରେଲ ମଧ୍ୟ କିଛି କରିସ୍ମା ନକରି ଆଉଟ ହୋଇଛନ୍ତି । ଏବେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଉପରେ ସମସ୍ତ ଭାର ରହିଛି । ଦେଖିବାକୁ ଗଲେ ଟିମର ଓପନିଂ ଏବଂ ମିଡିଲ ଅର୍ଡରକୁ ଧୂଳିସାତ କରିଦେଇଛନ୍ତି ଦକ୍ଷିଣ ଆଫ୍ରିକା ବୋଲର ।

ଭ୍ରମଣକାରୀ ଦଳ ପକ୍ଷରୁ ସିମନ ହାର୍ମର ଏବେସୁଦ୍ଧା ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ମାକୋ ଜାନସେନ୍ ଏବଂ କେଶବ ମହାରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।