ଜୁନ୍ ଶେଷ ସୁଦ୍ଧା ସରିବ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ! ୪୩୦ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟାହତ, ବିକଳ୍ପ ବ୍ୟବସ୍ଥାକୁ ନେଇ ଆଶଙ୍କା

NEWS7
୩ବର୍ଷ-ପରେ-ଲୋୟର-ସୁକତେଲ-ପାଇ

ବଡ଼ବିଲ ୧୦।୨: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ କଣ୍ଡ୍ରା ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଫର୍ ଡ୍ୟାମ୍ ନିର୍ମାଣ କରି ବୈତରଣୀ ନଦୀର ପ୍ରବାହକୁ ସମ୍ପୂର୍ଣ୍ଣ ଅଟକାଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ରେଡିୟଲ ଗେଟ୍ର କାମ ଚାଲିଛି । ପାଣି ଅଟକାଯିବାରୁ ନଦୀର ତଳମୁଣ୍ଡ ପୁରାପୁରି ଶୁଖିଯାଇଛି ଏବଂ ପାଣି ଅଭାବରୁ ମିରିଗିସିଙ୍ଗା ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଏଭଳି ସ୍ଥିତିରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ବାଂଶପାଳ ଏହି ୫ଟି ବ୍ଲକର ୪୩୦ଟି ଗାଁ ସିଧାସଳଖ ପ୍ରଭାବିତ ହୋଇଛି । ଗତ ୧୦ ଦିନରୁ ଅଧିକ ସମୟ ଧରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ବିଶୁଦ୍ଧ ପାଣି ନଥିବାରୁ ଗ୍ରାମବାସୀ ହ୍ୟାଣ୍ଡପମ୍ପ୍, ନାଳ ଓ ପୋଖରୀ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ନୂଆ ପ୍ରେମ ଜାଣିଦେଲା ପୂର୍ବତନ ପ୍ରେମିକ... ରାସ୍ତାରୁ ସଫା କରିଦେଲା ପ୍ରେମିକା

ଗତ ବର୍ଷ ମେ' ମାସରେ ମଧ୍ୟ ଏହିପରି ସ୍ଥିତି ଉପୁଜିଥିଲା । ସେତେବେଳେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଫର୍ ଡ୍ୟାମ୍ ନିର୍ମାଣ କରାଯାଇ ନଦୀ ପ୍ରବାହ ବନ୍ଦ କରାଯାଇଥିଲା । ଯାହା ଫଳରେ ପାନୀୟ ଜଳ ଯୋଗାଣ ଠପ୍ ହୋଇଯାଇଥିଲା । ହେଲେ ପ୍ରବଳ ବର୍ଷା ଯୋଗୁଁ କଫର୍ ଡ୍ୟାମ୍ ଭାଙ୍ଗିଯାଇ କାମ ଅଟକି ରହିଥିଲା । ଏଥର ବର୍ଷା ପୂର୍ବରୁ କାମ ସାରିବାକୁ ଆଗୁଆ ପଦକ୍ଷେପ ନିଆଯାଇଛି ସତ, କିନ୍ତୁ ପାନୀୟ ଜଳ ପାଇଁ ଯଥେଷ୍ଟ ବିକଳ୍ପ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ । ଏମିତିରେ ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଉତ୍କଟ ହେବାର ଆଶଙ୍କା ଦେଖାଦେଇଛି । ସମସ୍ୟାକୁ ଦୃଷ୍ଟିଦେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସେପଟେ ମୁଖ୍ୟ ପ୍ରକଳ୍ପ ଯନ୍ତ୍ରୀ ଏବଂ ଗ୍ରାମୀଣ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା, ଏହି ସମସ୍ୟା ସାମୟିକ । ଆମେ ବିକଳ୍ପ ବ୍ୟବସ୍ଥା କରୁଛୁ । ଉପର ମୁଣ୍ଡରେ ପମ୍ପ୍ ଲଗାଇ ପାଣି ଛାଡ଼ିଲେ ନଦୀ ଫିଲ୍ ହେବ ଏବଂ ପୁଣି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ।

ଏ ଖବର ବି ପଢ଼ନ୍ତୁ:-ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲାରେ ତନାଘନା, ପ୍ରେମିକା ଲିଜାର ଘର ସିଲ୍ କଲା ପୋଲିସ

ଆଗକୁ ଖରା ତୀବ୍ର ହେବା ସହିତ ଜଳ କଷ୍ଟ ଆହୁରି ବଢ଼ିବାର ଆଶଙ୍କା ରହିଛି । ବୈତରଣୀ ନଦୀ ଶୁଷ୍କ ପଡ଼ିବାରୁ ଅବବାହିକାରେ ଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ନଦୀର ତଳମୁଣ୍ଡରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । କୌଣସି ସୁସ୍ଥ ବିକଳ୍ପର ଆଗୁଆ ବ୍ୟବସ୍ଥା ନକରି ଜଳ ସ୍ରୋତକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବାରୁ ପାନୀୟ ଜଳ ସଙ୍କଟ ଭୟାବହ ରୂପ ନେବାକୁ ଯାଉଛି । ଏହି ପରିସ୍ଥିତିରେ ଡେରି ନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବାର ଅତ୍ୟାବଶ୍ୟକତା ରହିଛି ।