ନାମଯଜ୍ଞ ଦେଖିବାକୁ ଯାଇ ନାବାଳିକା ଦୁଷ୍କର୍ମର ଶିକାର, ପୋଲିସ ହେପାଜତରେ ଅଭିଯୁକ୍ତ

NEWS7
ବିଧାୟକ-ପ୍ରଭାତ-ବିଶ୍ୱାଳଙ୍କ

ଦେବଗଡ୨୬/୧:ସବୁ ପ୍ରୟାସ ସତ୍ତ୍ବେ ଥମୁନି ନାବାଳିକା ନିର୍ଯାତନା ଘଟଣା ।ମଣିଷ ଭୁଲୁଛି ହିତାହିତ ଜ୍ଞାନ, ପାଲଟୁଛି ରାକ୍ଷସ ।ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ପୁଣି ଲଜ୍ଜାଜନକ ଘଟଣା । ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଆସିଛି ଅଭିଯୋଗ । ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିଲା ନାବାଳିକା ।ସେଠାରେ ଏକୁଟିଆର ସୁଯୋଗ ନେଇ ଉଦିତ ପାତ୍ର ନାମକ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ତେବେ ନାବାଳିକାର ଚିତ୍କାର ଶୁଣି ଦୌଡି ଆସିଥିଲେ ଆଖପାଖରେ ଥିବା ଲୋକମାନେ । ନାବାଳିକାକୁ ଅଭିଯୁକ୍ତଠାରୁ ମୁକୁଳାଇଥିଲେ । ତା ପରେ ସମସ୍ତଙ୍କ ରାଗ ପଞ୍ଚମକୁ ପଳାଇଥିଲା । ଯିଏ ଯେମିତି ପାରିଲେ ଦୁଷ୍କର୍ମକାରୀକୁ ନିର୍ଧୁମ ଛେଚିଥିଲେ ।

ଲୋକଙ୍କ ମାଡରେ ଅଭିଯୁକ୍ତର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଜୋରରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାକୁ ପୋଲିସ ହେପାଜତରେ ରଖାଯାଇଛି । ପୀଡିତାର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଅଭିଯୁକ୍ତ ପୀଡିତାର ସଂପର୍କୀୟ ବୋଲି କହିଛି ପୋଲିସ । ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ୍ ଟିମ ସହାୟତା ନିଆଯାଇଛି । ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।