#Viral_video : ମାତ୍ର ୭୦ ସେକେଣ୍ଡ, ୧୮ କୋଟିର ଗହଣା ଲୁଟିନେଲେ ମୁଖା ପିନ୍ଧା ଲୁଟେରା : ଦେଖନ୍ତୁ ଡକାୟତି ବେଳର ଭିଡିଓ...

NEWS7
ନକଲି-ଗୁଟଖା-ଫେକ୍ଟ୍ରି-ଠାବ

କାଲିଫର୍ଣ୍ଣିଆ, ୧୪ /୦୩:ମୁଖା ପିନ୍ଧି ଆସିଲେ । ଗହଣା ଦୋକାନରେ ପଶି କର୍ମଚାରୀଙ୍କୁ ଡରାଇଲେ । ଲୁଟିନେଲେ କୋଟି କୋଟି ଟଙ୍କାର ସୁନା ଏବଂ ହୀର ଅଳଙ୍କାର । ମାତ୍ର କିଛିସେକେଣ୍ଡରେ ଖାଲି ହୋଇଗଲା ଅଳଙ୍କାର ଦୋକାନ ।୨୦୨୫ଜୁଲାଇ୧୮ତାରିଖରେ ଘଟିଥିବା ଏହି ଘଟଣା ଏବେ ପୁଣି ଚର୍ଚ୍ଚାରେ ।

ରିପୋର୍ଟ ଅନୁସାରେ, ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ ରହିଛି କୁମାର ଜ୍ୱେଲର୍ସ । ଗତବର୍ଷ ଜୁଲାଇ ମାସରେ ଏଠାରେ ବଡ ଧରଣର ଡକାୟତି ହୋଇଥିଲା । ମୁଖାପିନ୍ଧା ଲୁଟେରା ଆସି ପ୍ରାୟ୧.୭ମିଲିୟନ ଡଲାର ବା୧୮.କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ । ଯାହାର ସମସ୍ତ ଘଟଣା ସିସିଟିଭିରେଏଦ ହୋଇଥିଲା । ଏବେ ଏହି ଭିଡିଓକୁ ୟୁଏସ ଡିପାର୍ଟମେଣ୍ଟ୍ ଅଫ୍ ଜଷ୍ଟିସ୍ ସେୟାର କରିଛି ।

ଏହି ଗହଣା ଦୋକାନର ମାଲିକ ହେଲେ ବର୍ମା ପରିବାର । ସେମାନେ ମୂଳତଃ ଭାରତୀୟ । କିନ୍ତୁ ଦୀର୍ଘବର୍ଷ ହେବ ଆମେରିକାରେ ରହି ଆସୁଛନ୍ତି । ବର୍ମା ପରିବାରର କାଲିଫର୍ଣ୍ଣିଆରେ ଏକ ଗହଣା ଦୋକାନ ଅଛି । ଗତବର୍ଷ ଏଠାରେ ଚୋରି ହୋଇଥିଲା । ଦୋକାନର ମାଲିକ ଏବଂ ଜଣେ କର୍ମଚାରୀ ଥିବା ବେଳେ କିଛି ମୁଖାପିନ୍ଧା ଲୁଟେରା ଏଠାରେ ଆତଙ୍କ ଖେଳାଥିଲେ । ଆମେରିକା ଜଷ୍ଟିସ୍ ବିଭାଗ ପକ୍ଷରୁ ଜାରି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ,୨୪ଜଣ ମୁଖାପିନ୍ଧା ବ୍ୟକ୍ତି ଦୋକାନ ଭିତରେ ପ୍ରବେଶ କରୁଛନ୍ତି । ସେମାନେ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଏହାସହ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେମାନେ ଦୋକାନର କାଚ ଭାଙ୍ଗି ସମସ୍ତମୂଲ୍ୟବାନ ଗହଣା ଲୁଟି ନେଉଛନ୍ତି ।

ଚଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ଲୁଟେରାମାନେ ମାତ୍ର୭୦ସେକେଣ୍ଡ ଦୋକାନରେ ରହିଥିଲେ । ଏହି ସମୟରେ ହିଁ ସମସ୍ତ କାରନାମା ଘଟାଇ ଫେରାର ହୋଇଯାଇଥିଲେ । ସେମାନେ୧୮କୋଟିର ସୁନା ଏବଂ ହୀରା ଅଳଙ୍କାର ଲୁଟିନେବାରେ ସକ୍ଷମ ହୋଇଥିଲେ ।

ତେବେ ଘଟଣାରେଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଅଫାତୁପେଟାକି ଫାସିସିଲା, ଜୋସ୍ ଆରାଗନ୍, ଆଣ୍ଡ୍ରେସ୍ ପାଲେଷ୍ଟିନୋ ଏବଂ ଟମ୍ ପାର୍କର । ସେମାନଙ୍କ ବୟସ୧୯ରୁ୨୦ବର୍ଷ ଭିତରେ ହେବ । ଲୁଟ୍ ପରେ ସେମାନେ ଏକ ଚୋରା ଗାଡିରେ ସବୁ କିଛି ନେଇ ଯାଇଥିଲେ । ଯାହାର ରେଜିଷ୍ଟ୍ରେସନ ନମ୍ବର ଫେକ୍ ଥିଲା । ତେଣୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହଜ ହେଉନି ତଦନ୍ତକାରୀ ବୋଲି ଅଧିକାରୀ କହିଛନ୍ତି ।